www.samajalive.in
Saturday, December 6, 2025
26.1 C
Bhubaneswar

ଡେଲିଭରି ବୟକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଦୁଇ କୋର୍ଟ ଚାଲାଣ

ଦେଓଗାଁ: ଦିନ ଦ୍ବିପ୍ରହରରେ ଜଣେ ଫ୍ଲିଫକାର୍ଡ ଡେ଼ଲିଭରି ବୟକୁ ନିଶା ଖୋର ଯୁବକମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଘଟଣାରେ ଦେଓଗାଁ ପୁଲିସ ଦୁଇ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଯୁବକ ଦୁଇ ଜଣ ହେଲେ ତୁଷୁରା ଥାନା ସନ୍ଦିସରା ଗାଁ ର ଭାସ୍କର ଭୋଇ ଏବଂ କରଲୋଖମନ ଗାଁର ଆନନ୍ଦ କୁଅର । ଏ ମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ଯାଇଥିବା ବେଳେ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବାଇକ, ଏକ ଧାରୁଆ ଅସ୍ତ୍ର ସହ ଲୁଟ ହୋଇଥିବା ହଜାରେ ଟଙ୍କାକୁ ଜବତ କରାଯାଇଛି ବୋଲି ଦେଓଗାଁ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି ଦେଓଗାଁ ଥାନା ଅନ୍ତର୍ଗତ ସିକୁଆଁ ମୁରସିଂ ରାସ୍ତାରେ ସଇଁତଳାର ଫ୍ଲିଫକାର୍ଡ ଡେଲିଭରି ବୟ ଶ୍ରୀତମ ସୁନାକୁ ଅଟକାଇ ଟଙ୍କା ମାଗିଥିଲେ। ଶ୍ରୀତମ ନିଜ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିବାରୁ ଲୁଟେରାମାନେ ତାଙ୍କ ବାମ କାନ୍ଧରେ ଧାତୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଭୟବିତ ହୋଇ ଟଙ୍କା ଦେଇଦେଇଥିଲେ। ଏହାପରେ ଏନେଇ ପୁଲିସ ରେ ଅଭିଯୋଗ ହେବା ପରେ ପୁଳିସ ତଦନ୍ତ କରି ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ମାନଙ୍କୁ କାବୁ କରି କୋର୍ଟ ଚାଲାଣ କରିଥିଲା।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories