www.samajalive.in
Saturday, December 6, 2025
14.1 C
Bhubaneswar

ଏସ୍‌ସିବିରେ ଦୁଇ ମହିଳାଙ୍କୁ ବଳାତ୍କାର ଘଟଣା : ସରକାରଙ୍କୁ ରିପୋର୍ଟ ପ୍ରଦାନ, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

କଟକ : କଟକ ବଡ ଡାକ୍ତରଖାନାରେ ୨ଜଣ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ବଳାତ୍କାର ଘଟଣାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଶେଷ ହୋଇଛି। ଡିଏମଇଟି ସନ୍ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ଏହି ଘଟଣାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତା ଉପରେ ସାରା ରାଜ୍ୟର ନଜର ରହିଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାତେଇବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ନର୍ସ, ସୁରକ୍ଷାକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି। ପୀଡିତାଙ୍କୁ ଫୋନ କରି ଛୁଟି ଦିନରେ ଡାକିବା ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କ ସିଡିଆର(କଲ ଡିଟେଲ୍ସ ରେକର୍ଡ) ଯାଞ୍ଚ ପାଇଁ ମଗାଯାଇଛି। ହୃଦ୍‌ରୋଗ ବିଭାଗରୁ ଏସଆର ହଷ୍ଟେଲ(ସିନିୟର ରେସିଡେଣ୍ଟ ଡାକ୍ତର ଛାତ୍ରାବାସ) ପର୍ଯ୍ୟନ୍ତ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟରୁ ପ୍ରାୟ ୧୫ଟି ସ୍ଥାନରୁ ଫୁଟେଜ ସଂଗ୍ରହ କରାଯାଇଛି। ଉକ୍ତ ଫୁଟେଜ ଯାଞ୍ଚ ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୁଲିସ କହିଛି। ସେହିପରି ଘଟଣାଦିନ ପୀଡିତା ଦ୍ୱୟଙ୍କର ହୋଇଥିବା ପରୀକ୍ଷା ନେଇ ଇକୋ ଯନ୍ତ୍ରର ରେକର୍ଡ ଖାତାକୁ ଜବତ କରାଯାଇଛି। ଏହାବ୍ୟତୀତ ବଳାତ୍କାର ଅଭିଯୋଗକୁ ନେଇ ଡାକ୍ତର ଠାକୁର ଦିଲବାଗଙ୍କୁ କେତେକ ପିଜି ଡାକ୍ତର ମାଡ଼ମାରି ଲହୁଲୁହାଣ କରିଥିବା ସନକ୍ରାନ୍ତରେ ହୋଇଥିବା ପାଲଟା ଅଭିଯୋଗର ମଧ୍ୟ ତଦନ୍ତ ଚାଲିଛି ବୋଲି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଗତ ୯ତାରିଖରେ କଟକ ବ ଡାକ୍ତରଖାନାରେ ଦୁଇ ମହିଳା ରୋଗୀଙ୍କୁ ଇକୋ ପରୀକ୍ଷା ବାହାନାରେ ବଳାତ୍କାର କରିଥିଲେ ହୃଦ୍‌ରୋଗ ବିଭାଗର ଡାକ୍ତର ଠାକୁର ଦିଲବାଗ ସିଂହ। ଏହି ଘଟଣା ପ୍ରଘଟ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ତଦନ୍ତ ପାଇଁ ୩ଜଣିଆ ଟିମ୍‌ ଗଠନ ହୋଇଥିଲା। ସେହିପରି ପୀଡିତାଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ମଙ୍ଗଳାବାଗ ପୁଲିସ ତଦନ୍ତ ପାଇଁ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories