www.samajalive.in
Saturday, December 6, 2025
16.1 C
Bhubaneswar

କମ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ; ଶତାଧିକ ଉଠା ଜଳସେଚନ ପ୍ରକଳ୍ପ ଅଚଳ

ବାସୁଦେବପୁର: ଶ୍ରାବଣ ମାସରେ ଟାଙ୍ଗରା ଭୁଇଁ ପାଲଟିଛି ଧାନଚାଷ କ୍ଷେତ। ଆବଶ୍ୟକ‌ତା ଠାରୁ ୪୦ ପ୍ରତିଶତ କମ ବୃଷ୍ଟିପାତ ହୋଇଥିବାକୁ ନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ଚାଷୀର ମେରୁଦଣ୍ଡ ଭାଙ୍ଗି ପଡିଛି। ନିଅଣ୍ଟିଆ ବର୍ଷା ପାଇଁ ଧାନଚାଷ ଆଗକୁ ଯାଇ ପାରୁନଥିବା ବେଳେ କମ ବୃଷ୍ଟିପାତର ସୂଚନା ସହିତ ଗହ୍ମାପୂର୍ଣ୍ଣିମାକୁ ଆଉ ଗୋଟିଏ ଦିନ ବାକି ରହିଛି । ଗହ୍ମାପୂର୍ଣ୍ଣିମା ବେଳକୁ ଧାନଚାଷ କ୍ଷେତରେ ରୁଆପୋତା କାମ ସରି ଯାଇଥାଏ। ହେଲେ ବାସୁଦେବପୁରର ବିଭିନ୍ନ ଅଞ୍ଚଳରେ ଥିବା ଧାନଚାଷ କିଆରି ଏବେ ଶୁଖୁଲା ପଡିଛି। ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ପରିବାର। ବ୍ଲକ କୃଷି ବିଭାଗ ଅଧିକାରିଣୀ ନିହାରିକା ଦଳେଇଙ୍କ ସୂଚନାନୁଯାଇ, ପ୍ରତି ବର୍ଷ ବାସୁଦେବପୁର ଅଞ୍ଚଳରେ ୩୨ ହଜାର ୨୦୫ ହେକ୍ଟର ଖରିଫ ଧାନ ଚାଷ ହୋଇ ଆସୁଛି। ନିଅଣ୍ଟିଆ ବର୍ଷା ପାଇଁ ସୁଗୋ, ଏଡତାଳ ବ୍ରାହ୍ମଣଗାଁ, ପଦ୍ମପୁର, ଅରଣ୍ଡୁଆଆଦି ପଞ୍ଚାୟତରେ ସାଳନ୍ଦି ଇରିଗେସନ ଜରିଆରେ କେନାଲ ସଂଯୋଗ ହୋଇଥିବା କାରଣରୁ ଆଠ ହଜାର ହେକ୍ଟର ଜମି ଧାନଚାଷ ହୋଇପାରିଛି। ଖରିଫ ଧାନଚାଷ ୨୫ ପ୍ରତିଶତ ହୋଇଥିବା ବେଳେ ଆଗକୁ ପରିସ୍ଥିତି ସଙ୍ଗୀନ ନହେବ ତାହା ସହଜରେ ବାରି ହୋଇ ପଡ଼ୁଛି। ବାସୁଦେବପୁରର ବିଭିନ୍ନ ଅଞ୍ଚଳରେ ଶହେରୁ ଅଧିକ ଉଠା ଜଳସେଚନ ପ୍ରକ‌ଳ୍ପ ଏବେ ଅଚଳ ହୋଇ ପଡିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନର ନଜର ନଥିବା ବାରି ହୋଇପଡ଼ୁଛି ବୋଲି ଆର୍ତ୍ତୁଂ ପଞ୍ଚାୟତ ସରପଞ୍ଚ ସୁବାଷଚନ୍ଦ୍ର ସନ୍ଧିବିଗ୍ରହ କହିଛନ୍ତି । ଏଥିସହିତ ଉଠା ଜଳସେଚନ ବିଭାଗର କୌଣସି କାର୍ଯ୍ୟାଳୟ ନଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ଉଠାଜଳସେଚନ ପ୍ରକଳ୍ପ ଗୁଡିକୁ ସଚଳ କରାଇବା ପାଇଁ ଦାବୀ ହୋଇ ଆସୁଛି। ଚାଷୀ ମାରଣ ନୀତିକୁ ଏଡାଇ ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ଉପରେ ଥିବା ବକେୟା ବିଲ ଛାଡ କରାଯାଇ ଉଠା ଜଳସେଚନ ପ୍ରକଳ୍ପଗୁଡିକୁ ଚଳାଇବା ପାଇଁ ସାଧାରଣରେ ଦାବୀ ହେଉଛି।

ମହଙ୍ଗା ପଡିଲା ରିଲ୍ସ ; ନାଚି ନାଚି ଚାଲିଗଲା ଯୁବକଙ୍କ ଜୀବନ

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories