ଦେଶାତ୍ମବୋଧକ ସଂଗୀତ ଉତ୍ସବ ‘ଭାରତୀୟମ୍’ ପରିବେଷିତ
ଭୁବନେଶ୍ୱର: ଭାରତ ସ୍ୱାଧୀନତାର ୭୮ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ‘ଭାରତୀୟମ୍’ ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମୁକ୍ତି ସଂଗ୍ରାମରେ ଯେଉଁ ବୀରମାନେ ନିଜର ବୀରତ୍ୱ ଓ ଦୁଃସାହସିକତାର ପରାକାଷ୍ଠା ପ୍ରଦର୍ଶନପୂର୍ବକ ଆମ ଦେଶକୁ ସ୍ୱାଧୀନତା ଆଣି ଦେଇଥିଲେ, ସେହି ବରପୁତ୍ରମାନଙ୍କ ସ୍ମୃତିଚାରଣ ନିମନ୍ତେ ଏହି ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ
ପ୍ରବୋଧ ରଥ ଅତିଥି ରୂପେ ଯୋଗଦେଇଥିବାବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ପ୍ରମୁଖ ମୁଖ୍ୟ ଆୟକର କମିଶନର ମନୋରଞ୍ଜନ ପାଣିଗ୍ରାହୀ ଅଂଶଗ୍ରହଣ କରିଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଦେବ ପ୍ରସାଦ ଦାଶ ଓ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ ।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶୈଳଭାମା ମହାପାତ୍ର, ଅନ୍ତରା ଚକ୍ରବର୍ତ୍ତୀ, ମୁନମୁନ୍ ପଟ୍ଟନାୟକ, କରୁଣାକର ସେଠୀ, କାର୍ତ୍ତିକ ଚନ୍ଦ୍ର ସାହୁ, ଦିବ୍ୟରଞ୍ଜନ ପଟ୍ଟନାୟକ, ସୁଶାନ୍ତ କୁମାର ପାଣି, ଶାଶ୍ୱତ ତ୍ରିପାଠୀ, ତନୁଶ୍ରୀ ଜେନା, ସ୍ନେହ ଚକ୍ରବର୍ତ୍ତୀ ପ୍ରମୁଖ ବିଶିଷ୍ଟ ସଙ୍ଗୀତ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ ଓ ଇଂ. ମିଲନ୍ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Comments are closed.