www.samajalive.in
Wednesday, December 10, 2025
16.1 C
Bhubaneswar

ଅଙ୍ଗନବାଡି ମିନି ସେଣ୍ଟର ଅପଗ୍ରେଡେସନ: ଲାଞ୍ଚ ନେଉଥିଲେ ସୁପରଭାଇଜର, ଧରିଲା ଭିଜିଲାନ୍ସ

ଫୁଲବାଣୀ:ମିନି ଅଙ୍ଗନବାଡି କେନ୍ଦ୍ରକୁ ଅପଗ୍ରେଡେସନ କରାଇ ଦେଇଥିବା ପ୍ରତିଶ୍ରୁତି ଦେଇ ଜଣେ ମିନି ଅଙ୍ଗନବାଡି ୱାର୍କରଙ୍କ ଠାରୁ ୫୦୦୦ ଟଙ୍କା ଲଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ବିଭାଗ ପକ୍ଷରୁ ସୁଭରଭାଇଜରଙ୍କୁ ଧରିଛି। ଫିରିଙ୍ଗିଆ ସମ୍ୱନ୍ୱୀତ ଶିଶୁ ବିକାଶ ବିଭାଗ ଅଧୀନ ଗୋଚ୍ଛାପଡ଼ା ସେକ୍ଟର ସଲାଗୁଡା ପଞ୍ଚାୟତ ମୁର୍ଜା ଗାଁରେ ଦୀର୍ଘ ଦିନ ହେବ ମିନି ଅଙ୍ଗନବାଡି କେନ୍ଦ୍ର ଚାଲିଥିଲା ଏହି ମିନି ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବରେ ପ୍ରେମଶିଳା କହଁର ନିଯୁକ୍ତି ପାଇଥିଲେ।

ଏହି କେନ୍ଦ୍ରକୁ ମିନି କେନ୍ଦ୍ରରୁ ଅଙ୍ଗନବାଡି କେନ୍ଦ୍ର ପାଇଁ ଅଙ୍ଗନବାଡ଼ି ଅଧିନସ୍ଥ ଗ୍ରାମବାସୀ ଦାବୀ କରୁଥିଲେ।  ଗତ କିଛି ଦିନ ତଳେ ଏହି କେନ୍ଦ୍ର ଅପଗ୍ରେଡେସନ ହୋଇଥିଲା। ଏହି କେନ୍ଦ୍ରକୁ ନିଜେ ଅପଗ୍ରେଡେସନ କରାଇ କହି ଅଙ୍ଗନବାଡିକର୍ମୀ ପ୍ରେମଶିଳା କହଁରଙ୍କୁ ସୁପର ଭାଇଜର ଶୈଳବାଲା ସାହୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ତାଙ୍କର ଦରମା, ଶିଶୁ ମାନଙ୍କର ୟୁନିଫର୍ମ ଆଦି ମଧ୍ୟ ସୁପରଭାଇଜରଙ୍କ ଯୋଗୁଁ ପାଇ ପାରିଛନ୍ତି ବୋଲି କହି ଲାଞ୍ଚ ମାଗିଥିଲେ।

- Advertisement -

ଆଜି ଫୁଲବାଣୀ ଭିଜିଲାନ୍ସ ଟିମର ଡିଏସପି ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆ ସମ୍ୱନ୍ୱୀତ ଶିଶୁ ବିକାଶ କାର୍ଯ୍ୟାଳୟ ରେ ସୁପର ଭାଇଜର ଶୈଳବାଳା ସାହୁଙ୍କ ଠାରୁ ୪ ଅଭିଯୋଗ କାରୀଙ୍କ ଠାରୁ ଲାଞ୍ଚ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାହାକୁ ଜବତ କରିଛି। ଏହି ଘଟଣାରେ ସୁପର ଭାଇଜର ଶୈଳବାଳା ସାହୁକୁ ଭିଜିଲାନ୍ସ ଟିମ ଅଟକ ରଖିଥିବା ସୂଚନା ଦେଇଛି। ଏହି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ କେସ ନଂ ୧୨ା୨୪ରେ ଏକ ମାମଲା ରୁଜୁକରାଯିବା ସହିତ ସୁପରଭାଇଜରଙ୍କ ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଏକ କାଳିନ ଚଢାଉ ଜାରିରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାମଲାର ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ସମଗ୍ର ଫିରିଙ୍ଗିଆରେ ଆଲୋଚ୍ୟର ବିଷୟ ହୋଇଛି।

 

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories