www.samajalive.in
Monday, December 8, 2025
14.1 C
Bhubaneswar

ଶ୍ରେଷ୍ଠ ଓଡିଆ ଫିଲ୍ମ ଭାବରେ ‘ଦମନ’ ପାଇଲା ଜାତୀୟ ପୁରସ୍କାର

ଭୁବନେଶ୍ବର : ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବରେ ‘ଦମନ’କୁ ଜାତୀୟ ପୁରସ୍କାର ମିଳିଛି । ଏହି ଅବସରରେ ଭୁବନେଶ୍ଵରଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ଓଡିଶା ଦର୍ଶକମାନଙ୍କୁ ଦମନ ଟିମ୍ ଧନ୍ୟବାଦ ଦେଇଛି। ବଡ ପରଦାରେ ଓଡିଆ ଫିଲ୍ମ ପୂର୍ବରୁ ଆଶାନୁରୂପ ବ୍ୟବସାୟ କରିପାରୁନଥିଲା । କିଛି ଭିନ୍ନ ସ୍ବାଦର ଫିଲ୍ମ ଦେଖିବାକୁ ମନ ବଳାଉଥିଲେ ଦର୍ଶକ ।  ଏହି ଇଚ୍ଛାକୁ ପୂରଣ କରିଥିଲା ବାବୁଶାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଦମନ’ । ନିଚ୍ଛକ ସତ୍ୟ କାହାଣୀକୁ ବଡ ପରଦାରେ ଦର୍ଶାଇଥିଲେ କାହାଣୀର ଲେଖକ ଓ ନିର୍ଦ୍ଦେଶକ ବିଶାଲ ମୋର୍ଯ୍ୟା ଓ ଦେବୀ ପ୍ରସାଦ ଲେଙ୍କା । ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ।

ଫିଲ୍ମ ‘ଦମନ’ରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଥିଲା । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ଥିଲା, ତାହା ଦେଖିବାକୁ ମିଳିଥିଲା ଦମନ ମାଧ୍ୟମରେ । ସାଧାରଣ ଭାବରେ କହିବାକୁ ଗଲେ ମୂଳ କାହଣୀ ରହିଥିଲା ଦୁର୍ଗମ ଅଂଚଳରେ ମ୍ୟାଲେରିଆର ନିରାକରଣ ।

- Advertisement -

୨୦୨୨ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହେବା ସହିତ ପୁଣିଥରେ ଓଡିଆ ଦର୍ଶକେ ସିନେମା ହଲ ମୁହାଁ ହୋଇଥିଲେ । ଫିଲ୍ମରେ ବାବୁଶାନଙ୍କ ଜୀବନ୍ତ ଅଭିନୟ ସମସ୍ତଙ୍କ ମନ ଜିତିଥିଲା ଓ ଫିଲ୍ମକୁ ମିଳିଥିଲା ଅନେକ ପ୍ରଶଂସା । ତେବେ ଏହି ଫିଲ୍ମ ନାଁ ରେ ଯୋଡି ହୋଇଛି ଆଉ ଏକ ଟାଇଟିଲ । ଓଡ଼ିଆ ଫିଲ୍ମ ‘ଦମନ’କୁ ନେଇ ଆସିଛି ବଡ ଖବର । ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ହୋଇଛି ଘୋଷଣା । ଏଥିରେ ‘ଦମନ’ ହାତେଇଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରର ଟ୍ୟାଗ ।

ଏହି ପୁରସ୍କାର ସହିତ ଓଡିଆ ସିନେମା ଇତିହାସରେ ଯୋଡି ହୋଇଛି ଆଉ ଏକ ପୃଷ୍ଠା । ଓଡିଶାରେ ଥିବା ଅନେକ ଯୁବ ପ୍ରତିଭା ଓ ଯୁବ ନିର୍ଦ୍ଦେଶକଙ୍କୁ ଏହା ପ୍ରେରଣା ଦେବା ସହିତ ନୂଆ କିଛି କାମ କରିବାକୁ ମାର୍ଗ ଦେଖାଇବ ବୋଲି ଆଶା ଓ ବିଶ୍ବାସ । ସାମ୍ବାଦିକ ସମ୍ମିଳନୀରେ ଅଭିନେତା ବାବୁଶାନ୍ ମହାନ୍ତି, ପ୍ରଯୋଜକ ଦିପେନ୍ଦ୍ର ସାମଲ, ପିଙ୍କିସ୍ ପ୍ରଧାନ, ନିର୍ଦ୍ଦେଶକ ବିଶାଲ ମୈର୍ଯ୍ୟ, ଦେବୀ ପ୍ରସାଦ ଲେଙ୍କା, ସଂଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ମାର୍କେଟିଙ୍ଗ ମୁଖ୍ୟ ସମ୍ବିତ ଜେନା, ପ୍ରଚାର ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories