www.samajalive.in
Monday, December 15, 2025
16.1 C
Bhubaneswar

୨୦୨୫ ଆଇପିଏଲ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଖେଳିବ ୨୫ଟି ମ୍ୟାଚ, ଜାଣନ୍ତୁ କେଉଁଠି ଓ କେବେ

ଡେସ୍କ: ନୂଆ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଶୃଙ୍ଖଳାରେ ପରାଜୟ ହୋଇଥିଲେ ମଧ୍ୟ ଟି-୨୦ରେ କ୍ଲିନ୍ ସ୍ୱିପ୍ ହାସଲ କରିଥିଲେ। ତେବେ ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ଭାରତୀୟ କ୍ରିକେଟ୍ ଦଳ ଟିମ୍ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ସହ ଖେଳକୁ ଫେରିବ। ସେପ୍ଟେମ୍ବର ୧୯ ତାରିଖରୁ ଚେନ୍ନାଇରେ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସେପ୍ଟେମ୍ବର ୨୭ରୁ କାନପୁରରେ ଆରମ୍ଭ ହେବ।

ଭାରତ ଗସ୍ତ ସମୟରେ ବାଂଲାଦେଶ ମଧ୍ୟ ଏକ ଟି-୨୦ ଶୃଙ୍ଖଳାରେ ଭାଗ ନେବ। ଅକ୍ଟୋବର ୬, ୯ ଓ ୧୨ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ତିନୋଟି ଟି-୨୦ ମ୍ୟାଚ୍ ଧର୍ମଶାଳା, ନୂଆଦିଲ୍ଲୀ ଓ ହାଇଦ୍ରାବାଦରେ ଖେଳାଯିବ। ଭାରତ-ବାଂଲାଦେଶ ଟି-୨୦ ଶୃଙ୍ଖଳା ପରେ ନ୍ୟୁଜିଲାଣ୍ଡ ଭାରତ ଗସ୍ତରେ ଆସିବ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ଖେଳାଯିବାକୁ ଥିବା ବେଳେ ପ୍ରଥମ ଟେଷ୍ଟ ଅକ୍ଟୋବର ୧୬ରୁ ବେଙ୍ଗାଲୁରୁରେ ଏବଂ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୧ରେ ପୁଣେରେ ଆରମ୍ଭ ହେବ।

- Advertisement -

କିୱି ବିପକ୍ଷ ଦୁଇଟି ଟେଷ୍ଟ ପରେ ଭାରତର ବିଦେଶ ଗସ୍ତ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକାରେ ୪ଟି ଟି-୨୦ ମ୍ୟାଚ୍ ଡର୍ବାନ୍, ଗୟାବେର୍ଖା, ସେଞ୍ଚୁରିଆନ୍ ଓ ଜୋହାନ୍ସବର୍ଗରେ ଖେଳାଯିବ। ନଭେମ୍ବର ୮ରୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୧୮ରେ ଖେଳାଯିବ। ତୃତୀୟ ତଥା ଅନ୍ତିମ ଟି-୨୦ ନଭେମ୍ବର ୧୩ ଓ ୧୫ ତାରିଖରେ ଖେଳାଯିବ।

ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ପରେ ସମ୍ମାନଜନକ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବ ଏବଂ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ନଭେମ୍ବର ୨୨ରେ ପର୍ଥରେ ପ୍ରଥମ ଟେଷ୍ଟ ସହ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆଡିଲେଡରେ, ତୃତୀୟ ଟେଷ୍ଟ ଡିସେମ୍ବର ୧୪ରୁ ବ୍ରିସବେନରେ ଏବଂ ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ରୁ ମେଲବର୍ଣ୍ଣରେ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଅନ୍ତିମ ଟେଷ୍ଟ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ ।

ଅଷ୍ଟ୍ରେଲିଆ ଗସ୍ତରୁ ସ୍ୱଦେଶ ଫେରିବା ପରେ ଭାରତ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଧଳା ବଲ୍ ଶୃଙ୍ଖଳା ଖେଳିବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ଜାନୁଆରୀ ୨୨ରେ ଚେନ୍ନାଇରେ, ଜାନୁଆରୀ ୨୫ରେ କୋଲକାତାରେ ଏବଂ ଜାନୁଆରୀ ୨୮ରେ ରାଜକୋଟରେ ଟି-୨୦ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଜାନୁଆରି ୩୧ରେ ପୁଣେଏବଂ ଫେବ୍ରୁଆରି ୨ରେ ମୁମ୍ବାଇରେ ଖେଳାଯିବ। ଫେବ୍ରୁଆରି ୬ରେ ନାଗପୁର, ଫେବ୍ରୁଆରି ୯ରେ କଟକ ଓ ୧୨ ତାରିଖରେ ଅହମ୍ମଦାବାଦରେ ଦିନିକିଆ ମ୍ୟାଚ୍ ଖେଳାଯିବ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories