www.samajalive.in
Monday, December 15, 2025
14.1 C
Bhubaneswar

କଟକ ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଡାକ୍ତରଙ୍କୁ ଗିରଫ କଲା ମଙ୍ଗଳାବାଗ ପୁଲିସ

କଟକ: ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ। କାର୍ଡିଓଲୋଜି ବିଭାଗର ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କଲା ପୁଲିସ। ଇକୋ ଟେଷ୍ଟବେଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଇସିଜି ପରୀକ୍ଷା ଆଳ ଦେଖାଇ ଏସସିବି ମେଡ଼ିକାଲ୍‌ରେ ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। କଟକ ଏସ୍‌ସିବି ମେଡିକାଲ୍‌ର ହୃଦୟ ରୋଗ ବିଭାଗର ଜଣେ ହୃଦୟରୋଗ ବିଶେଷଜ୍ଞ ଡାକ୍ତର ଦୁଇଜଣ ମହିଳା ରୋଗୀଙ୍କୁ  ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

- Advertisement -

ଏନେଇ ପୀଡ଼ିତାଙ୍କ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମହିଳା ପୁଲିସ ଦୁଇ ପୀଡ଼ିତାଙ୍କୁ ପଚରାଉଚରା କରୁଛି। ୧୬୧ରେ ବୟାନ୍‌ ରେକର୍ଡ କରାଯାଉଛି ବୋଲି ଜଣାପଡ଼ିଛି। ଅପରପକ୍ଷରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଏସସିବି ମେଡ଼ିକାଲ କର୍ତ୍ତୃପକ୍ଷ ୩ଜଣିଆ କମିଟି ଗଠନ କରିଥିବା ସୂଚନା ମିଳିଛି। ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଷ୍କର୍ମ ଅଭିଯୋଗର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories