ଦୁର୍ଗମ ଅଞ୍ଚଳରେ ଠିକରେ ମିଳିପାରୁନି ସ୍ୱାସ୍ଥ୍ୟ ସେବା
ଫୁଲବାଣୀ: କିଛି ବର୍ଷ ହେବ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କିଭଳି ପୁରସ୍କୃତ ହୋଇପାରିବେ ସେନେଇ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ମାନଙ୍କ ଠାରୁ ଆରମ୍ଭ କରି ସହରମାନଙ୍କରେ ଥିବା ଗୋଷ୍ଠୀ ଓ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଦେଖୁବାକୁ ମିକିଛି। ସ୍ୱାସ୍ଥ୍ୟ ବିଭାଗର କୌଣସି କେନ୍ଦ୍ରୀୟ ହେଉ କିମ୍ବା ରାଜ୍ୟ ସ୍ତରୀୟ ଟିମ ପରିଦର୍ଶନରେ ଆସିବା ପୂର୍ବରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରୂପ ରେଖ ପରିବର୍ତ୍ତନ ହୋଇଯାଉଥିବା ବେଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ସମ୍ପୂର୍ଣ ଭାବରେ ଚକାଚକ ହୋଇଯାଉଛି।
କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ କେଉଁ ମେଡ଼ିକାଲରେ ଡାକ୍ତର ଅଭାବରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଉପଡ଼ିଛି ତ କେଉଁଠି ଡାକ୍ତର ଖାନରେ ଭିତ୍ତିଭୂମି ଅଭାବରୁ ରୋଗୀଶେବା ଠପ ହୋଇଯାଇଛି। ଆଉ କେଉଁଠି କର୍ମଚାରୀମାନେ ନିୟୋଜିତ ହୋଇଥିବା ବେଳେ ମେଡିକାଲକୁ ଆସୁନଥିବାରୁ ଏହି ଆରୋଗ୍ୟ କେନ୍ଦ୍ର ମାନଙ୍କରେ ତାଲା ଝୁଲୁଛି। ଯାହାପାଇଁ ସେହି ଅଞ୍ଚଳ ମାନଙ୍କରେ ରୋଗୀସଶେବା ସମ୍ପୂର୍ଣ ଭାବରେ ବାଧାପ୍ରାପ୍ତ ହେଉଛି। ଏମିତି ଅନେକ ଅବ୍ୟବସ୍ଥା ଆଦିବାସୀ ବହୁଳ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଦେଖିବାକୁ ମିଳିଥିବା ବେଳେ ଏହି ସବୁ ଅସୁବିଧା ମଧ୍ୟ୍ୟରେ ଏକ କେନ୍ଦ୍ରୀୟ ଟିମ ଏହି ଫିରିଙ୍ଗିଆ ବ୍ଲକ ଗସ୍ତରେ ଆସି ବିଭିନ୍ନ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ତେବେ କନ୍ଧମାଳ ଭଳି ଆଦିବାସୀ ବହୁଳ ଜିଲାର ଗ୍ରାମାଞ୍ଚଳରେ ଚାଲିଥିବା ସ୍ବାସ୍ଥ୍ୟ ସେବା ନେଇ ଅନୁଧ୍ୟାନ କରିଛନ୍ତି ଆନ୍ତର୍ଜାତୀୟ ସଂସ୍ଥା ୟୁଏସ ଏଡର ପ୍ରତିନିଧି ଦଳ। ଏଅବସରରେ ସେମାନେ ଫିରିଙ୍ଗିଆ ବ୍ଲକର ମାଶିରପଡା ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଯାଇ ଏଠାରେ ଲୋକଙ୍କୁ ଯୋଗାଇ ଦିଆ ଯାଉଥିବା ଚିକିତ୍ସା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏହି ଦଳରେ ଆମେରିକୀୟ ପ୍ରତିନିଧି ଆରୋନ ରୋସୀ ଓ ବ୍ରି ବ୍ରିନସନ ସାମିଲ ଥିଲେ। ସେମାନଙ୍କ ସହିତ ଦିଲ୍ଲୀର ଡ଼ଃ ସଞ୍ଜୀବ ସୈନୀ, ସ୍ବାତୀ କପୁର ଓ ଦେବଜ୍ୟୋତି ମହାପାତ୍ର ମଧ୍ୟ ସାମିଲ ଥିଲେ ।
ଏହି ପ୍ରତିନିଧି ଦଳ ଡାକ୍ତର ଓ ରୋଗୀ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଜିଲା ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଜିଲା କ୍ବାଲିଟି ମ୍ୟାନେଜର ଦୁଷ୍ମନ୍ତ ସୂତାର, ବିପିଏଚଓ ପ୍ରବୋଧ ପ୍ରଧାନ, ବିପିଏମ ହରଗୋବିନ୍ଦ ଜାନୀ,ପ୍ରତ୍ୟୁଷ କାନ୍ତି, ବିଶ୍ବଜିତ ପାଢୀ, ସ୍ବାସ୍ଥ୍ୟ କର୍ମୀ ଝିଲି ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିନିଧି ଦଳକୁ ବିଭିନ୍ନ ବିଷୟରେ ଅବଗତ କରାଇଥିଲେ। ପୂର୍ବରୁ ଏହି ପ୍ରତିନିଧି ଦଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡ୍ରୋନ ମାଧ୍ୟମରେ ଔଷଧ ପ୍ରେରଣ ବ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ଜିଲ୍ଲା କୃମିନାଶକ ଦିବସ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ।
Comments are closed.