www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ଏଠାରେ ସିଂହ ନିକଟରେ ଶୋଇବାକୁ ଆସନ୍ତି ପର୍ଯ୍ୟଟକ, ହୋଟେଲ୍‌ ନା ଆଉ କିଛି..

ନୂଆଦିଲ୍ଲୀ : ଆପଣ ଏପରି ଏକ ହୋଟେଲ ବିଷୟରେ ଜାଣିଛନ୍ତି କି ଯେଉଁଠି ଆପଣଙ୍କୁ ସାରା ରାତି ସିଂହ ସହ ରହିବାର ସୁଯୋଗ ମିଳିବ । ଆଜ୍ଞା ହଁ କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଏହି ହୋଟେଲଟି ଆମେରିକାରେ ରହିଛି । ଏହି ହୋଟେଲର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡ୍‌ କରୁଛି । ଏହି ଲାୟନ ଲଜ୍‌ ବିଷୟରେ ଜାଣନ୍ତୁ । କେଣ୍ଟ୍‌ ସ୍ଥିତ ପୋର୍ଟ ଲିମ୍ପନେ ହୋଟେଲ ଏବଂ ରିଜର୍ଭରେ ରାତିରେ ରହିବାର ବିକଳ୍ପ ମଧ୍ୟ ରହିଛି । ଭିନ୍ନ ଅନୁଭବ ପାଇଁ ପର୍ଯ୍ୟଟକଙ୍କୁ ଏଠାରେ ସିଂହ ନିକଟରେ ରାତି ଅତିବାହିତ କରିବା ପାଇଁ ସୁଯୋଗ ମିଳିବ । ଏକ୍ସରେ ଅନେକ ସମୟରେ ଜୀବଜନ୍ତୁଙ୍କ ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି।

- Advertisement -

ଭିଡିଓରେ ଦେଖିପାରିବେ କାଚର କାନ୍ଥରେ ସାମ୍ନାରେ ଜଙ୍ଗଲ ଭଳି ପରିବେଶ ଦେଖାଯାଉଛି । ଯାହା ଏକ ଚିଡିଆଖାନାର । କାଚର କାନ୍ଥର ଆର ପଟରେ ଚିଡିଆଖାନାର ଭୂମି ଦେଖାଯାଉଛି । ସିଂହ ଓ ସିଂହୀ କକ୍ଷର ଠିକ୍‌ ବାହାରକୁ ରହିଛନ୍ତି । ସିଂହକୁ ଦେଖି ଏପରି ଲାଗୁଛି, ଯେପରି କାନ୍ଥକୁ ଭାଙ୍ଗି ଏପଟକୁ ଆସିବାକୁ ଚେଷ୍ଟା କରୁଛି । ସିଂହୀ ତା’ର ନିକଟରେ ବସିଛି । ଏହାପରେ ସିଂହ ସେଠାରୁ ପଳାଉଛି ।

ଦୁର୍ଲ୍ଲଭ ଯୋଗ : ଶ୍ରାବଣ ଶେଷ ସୋମବାର ପୂର୍ବରୁ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ପ୍ରଭୁ ଶଙ୍କର, ମିଳିବ ହଠାତ୍‌ ଧନ..

ଲାୟନ ଲଜ୍‌ ଦୁନିଆର ପ୍ରଥମ ଲର୍ଜ ଯେଉଁଠାରେ କାଠରେ ନିର୍ମିତ କକ୍ଷ ରହିଛି, ଯେଉଁଠି ସିଂହଙ୍କ ପ୍ରାକୃତିକ ଓ ବିଶାଳ ଆବାସସ୍ଥଳୀ ସାମିଲ ରହିଛି । କକ୍ଷ ମଧ୍ୟରେ ବଡ ବଡ ଝରକାରେ ଅତିଥି ମାନେ ସିଂହ ଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିବେ ।
କକ୍ଷଟି ଆକାରରେ ବଡ ହୋଇଥିବା ବେଳେ ଏଥିରେ ୪ ଜଣ ଶୋଇବାର ସୁବିଧା ରହିଛି । ଶୋଇ କରି ମଧ୍ୟ ସିଂହକୁ ଦେଖି ପାରିବେ। ଏଠାରେ ଆପଣ ସଫାରୀର ମଜା ମଧ୍ୟ ନେଇ ପାରିବେ । ଏହି ସଫାରି ଆପଣଙ୍କୁ ଦକ୍ଷିଣ ଆମେରିକୀୟ, ଏସୀୟ ଏବଂ ଆଫ୍ରିକୀୟ ଅଞ୍ଚଳର ଏକ ଅଭିଜ୍ଞତା ଦେବ, ଯେଉଁଠାରେ ଆପଣ ଭାଲୁ, ଜିରାଫ୍, ଜେବ୍ରା, ଅନ୍ୟ ବନ୍ୟଜନ୍ତୁ, ଓଟ ଏବଂ ଅନେକ କିଛି ଦେଖିପାରିବେ ।

ପୁରୀରେ ପ୍ରବଳ ବର୍ଷା: ବଜ୍ରପାତରେ ଜଣେ ମୃତ, ୮ ଆହତ

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories