www.samajalive.in
Saturday, December 6, 2025
14.1 C
Bhubaneswar

ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ରରେ ଅଗ୍ନିକାଣ୍ଡ: ଭିଡିଓରେ ଦେଖନ୍ତୁ କିପରି ଜଳୁଛି ନ୍ୟୁକ୍ଲିୟର ପ୍ଲାଣ୍ଟ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ୟୁକ୍ରେନର ଜାପୋରିଝଝିଆଠାରେ ଥିବା ଏକ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। କେନ୍ଦ୍ରର ଗୋଟିଏ କୁଲିଂ ଟାଓ୍ବାରରୁ ପ୍ରବଳ ମାତ୍ରାରେ ଧୂଆଁ ନିର୍ଗତ ହେଉଛି। ଏ ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି ଭୋଳୋଦିମିର ଜେଲେନ୍‌ସ୍କି ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ତେବେ ରୁଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଏହି ଅଞ୍ଚଳ ରୁଷ ନିୟନ୍ତ୍ରଣରେ ରହିଛି। ଅଗ୍ନିକାଣ୍ଡ ପାଇଁ ଜେଲେନ୍‌ସ୍କି ରୁଷକୁ ଦାୟୀ କରିଛନ୍ତି।

- Advertisement -

ଅନ୍ୟପଟେ କେନ୍ଦ୍ରରେ ବିକିରଣ ମାତ୍ରା ନିୟନ୍ତ୍ରଣ ମଧ୍ୟରେ ରହିଛି। ଏହା ଅଧିକ ବ୍ୟାପିବା ପୂର୍ବରୁ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯିବା ଜରୁରୀ ହୋଇପଡ଼ିଛି। ତେବେ ଯେପର୍ଯ୍ୟନ୍ତ ରୁଷ ଏହାକୁ ନିୟନ୍ତ୍ରଣ କରୁଥିବ ସେ ପର୍ଯ୍ୟନ୍ତ ଅଗ୍ନିକାଣ୍ଡ କିମ୍ବା ବିକିରଣ ମାତ୍ରାକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିପାରିବ ନାହିଁ ବୋଲି ଜେଲେନ୍‌ସ୍କି କହିଛନ୍ତି। ଏହି ଆଣବିକ ଶକ୍ତି କେନ୍ଦ୍ରଟି ୟୁରୋପର ସବୁଠୁ ବଡ଼ ଶକ୍ତି କେନ୍ଦ୍ର ଏବଂ ବିଶ୍ଵର ୧୦ମ ବୃହତ୍ତର କେନ୍ଦ୍ର।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories