www.samajalive.in
Sunday, December 7, 2025
18.1 C
Bhubaneswar

ଅନୈତିକ ସମ୍ପର୍କକୁ ନେଇ ଜଣେ ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ

ଚୌଦ୍ୱାର:ଅନୈତିକ ସମ୍ପର୍କକୁ ନେଇ ଜଣେ ଯୁବକଙ୍କ ଆକ୍ରମଣରେ ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ଆହତ ଜଣକ ହେଲେ ପାରାଦ୍ୱୀପ ଥାନା ବାଗଡିଆ ଗ୍ରାମର ବିଶିକେଶନ ସାହୁ। ଆକ୍ରମଣକାରୀ ଯୁବକ ଚୌଦ୍ୱାର ପୌରପାଳିକା ନୂଆସାହି ଗ୍ରାମର ନବ କିଶୋର ସାହୁକୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ କଟକ ସଦର ଥାନା ସଂଖତ୍ରାସ ଗ୍ରାମର ନବ କିଶୋର ଓ ତାଙ୍କ ପତ୍ନୀ ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୁଆସାହିରେ ରହୁଥିଲେ। ନବ ଘରେ ନଥିବାବେଳେ ବିଶିକେଶନ ନବଙ୍କ ଘରକୁ ଆସି ତାଙ୍କ ପତ୍ନୀଙ୍କ ସହିତ ଅନୈତିକ ସଂପର୍କ ରଖିଥିବା ସନ୍ଦେହ କରୁଥିଲେ। ବିଶିକେଶନ ଶନିବାର ପାରଦୀପରୁ ଆସି ରାତି ପ୍ରାୟ ୯ଟା ସମୟରେ ବିରାଟ ବଜାର ନିକଟ ଗଉଡ଼ସାହି ରାସ୍ତାରେ ଯାଉଥିବାବେଳେ ନବ ଏକ ଲୁହା ରଡ଼ରେ ବିଶିକେଶନର ମୁଣ୍ଡକୁ ପିଟି ଦେଇଥିଲା।

- Advertisement -

ବିଶିକେଶନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତା ଶୁନ୍ୟ ହୋଇ ପଡିଯିବାରୁ ନବ ଘଟଣାସ୍ଥଳରୁ ଫେରାର ହୋଇଯିବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରିନେଇ ପୁଲିସକୁ ଖବର ଜଣାଇଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ବିଶିକେଶନକୁ ଚିକିତ୍ସା ନିମନ୍ତେ କଟକ ବଡଡାକ୍ତରଖାନା ପଠାଇବା ସହିତ ନବକୁ ଗିରଫ କରି ଅଦାଲତ ଚାଲାଣ କରିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories