www.samajalive.in
Monday, December 8, 2025
14.1 C
Bhubaneswar

ଧାମନଗରର ୮ ହାଇସ୍କୁଲକୁ ମିଳିବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା, ଖୋଲିବ ଏକାଦଶ ଓ ଦ୍ବାଦଶ ଶ୍ରେଣୀ

ଦୋବଲ: ଧାମନଗରର ୮ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯିବ। ଏହାପରେ ଏସବୁ ସ୍କୁଲଗୁଡ଼ିକରେ ଏକାଦଶ ଶ୍ରେଣୀ ଓ ଦ୍ବାଦଶ ଖୋଲିବ ବୋଲି ସୂଚନା ମିଳିଛି। ଭଦ୍ରକ ଜିଲା ଧାମନଗର ବ୍ଳକ ଦିହୁଡ଼ି ଆନନ୍ଦପୁରର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖୁବଶୀଘ୍ର ଏକାଦଶ ଶ୍ରେଣୀ ଖୋଲିବାକୁ ଯାଉଛି।

ଉଚ୍ଚଶିକ୍ଷା ବିଭାଗର ଅନୁମୋଦନ ମିଳିଲେ ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ରୁ ଏଠାରେ ବିଜ୍ଞାନ, କଳା ଓ ବାଣିଜ୍ୟ ବିଷୟରେ ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀରେ ନାମ ଲେଖାଇପାରିବେ। ଏହାସହ ପାଠପଢ଼ା ମଧ୍ୟ ଆରମ୍ଭ ହେବ। ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଜଗନ୍ନାଥ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା ଦେବା ଲାଗି ଜିଲା ଶିକ୍ଷା ଅଧିକାରୀ ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।

- Advertisement -

କେନ୍ଦ୍ର ସରକାରଙ୍କ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଆଧାରରେ ଗୋଟିଏ କ୍ୟାଂପସରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏ ରଖିବା ଉଦ୍ଦେଶ୍ୟ ନେଇ ଜିଲା ଶିକ୍ଷା ବିଭାଗ ଏହି ପଦକ୍ଷେପ ନେଇଛି। ଗୋଟିଏ କ୍ୟାଂପସରେ ପ୍ରଥମରୁ ଦ୍ବାଦଶ ଯାଏ ଶ୍ରେଣୀ ରହିଲେ ଏହା ଏକୀକୃତ ପରିଚାଳନାରେ ରହିବ। ଜଣେ ପ୍ରଧାନଶିକ୍ଷକ କିମ୍ବା ଅଧ୍ୟକ୍ଷଙ୍କ ଅଧିନରେ ସମସ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ କାମ କରିବେ। ଏହାସହ ଶିକ୍ଷକମାନଙ୍କୁ ତାଲିମ ଦେବାରେ ସୁବିଧା ହେବ। କ୍ୟାଂପସରେ ଶୃଙ୍ଖଳା ରହିବ। ପିଲାଙ୍କ ଦକ୍ଷତା ବିକାଶ ହୋଇପାରିବ। ଏହି ଲକ୍ଷ୍ୟ ନେଇ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଅପଗ୍ରେଡ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ। ମାନଦଣ୍ଡକୁ ନଜରରେ ରଖି ଜିଲା ଶିକ୍ଷା ବିଭାଗ କେତେକ ସ୍କୁଲର ନାଁ ସୁପାରିଶ କରିଛନ୍ତି।

ଅପଗ୍ରେଡ କରିବା ଲାଗି ନିର୍ଦ୍ଧାରିତ କେତେକ ବିନ୍ଦୁ ଜୋର ଦିଆଯାଇଛି। ଯେଉଁ ସ୍କୁଲ ଅପଗ୍ରେଡ ହେବ, ସେହି ସ୍କୁଲରେ କେଉଁ ଶ୍ରେଣୀରୁ କେଉଁ ଶ୍ରେଣୀ ଯାଏ ରହିଛି। ମୋଟ୍ କେତେ ପିଲା ପାଠ ପଢୁଛନ୍ତି। ଦଶମ ଶ୍ରେଣୀରେ ଗତ ଶିକ୍ଷା ବର୍ଷରେ କେତେ ଜଣ ନାଁ ଲେଖାଇଥିଲେ। ସ୍କୁଲର ଜମି କେତେ ରହିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ ଖୋଲିଲେ କେତୋଟି ଗାଁର ପିଲା ଆସି ପଢ଼ିବେ। ଯୁକ୍ତ ଦୁଇର କେତୋଟି ଷ୍ଟ୍ରିମ ଖୋଲାଯିବ ଓ ମୋଟ୍ କେତେ ଜଣ ପିଲା ନାଁ ଲେଖାଇବା ସମ୍ଭାବନା ରହିଛି, ସେନେଇ ସୂଚନା ଦିଆଯିବାକୁ ବ୍ୟବସ୍ଥା ରହିଛି। ତା ଛଡ଼ା ଅପଗ୍ରେଡ ହେବାକୁ ଥିବା ସ୍କୁଲଠାରୁ କେତେ ଦୂରରେ ରହିଛି ନିକଟତମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଏ ସବୁ ସୂଚନା ସହ ଜିଲା ଶିକ୍ଷା ବିଭାଗ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ନାଁ ସୁପାରିଶ କରିଛି।

କେବଳ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ନୁହଁ। ଧାମନଗର ବ୍ଲକର ୮ଟି ସ୍କୁଲକୁ ଅପଗ୍ରେଡ କରିବାକୁ ସୁପାରିଶ କରାଯାଇଛି। ବମକୁରା ନୋଡାଲ ହାଇସ୍କୁଲ, ଚୁଡ଼ାକୁଟିର ଇନ୍ଦ୍ରଗୋବିନ୍ଦ ନୋଡାଲ ହାଇସ୍କୁଲ, ଧୁଷୁରୀର ମୁରଲୀଧର ହାଇସ୍କୁଲ, ନଦୀଗାଁ ହାଇସ୍କୁଲ, ସୋହଡ଼ା ପଞ୍ଚାୟତ ବାଲିପଡ଼ାର ବୈତରଣୀ ହାଇସ୍କୁଲ, ବନ୍ଧଟିଆର ଉତ୍କଳମଣି ନୋଡାଲ ଉଚ୍ଚ ବିଦ୍ୟାପୀଠ ଓ ପଳିକିରିର ପଳିକିରି-ଭଗବାନପୁର ହାଇସ୍କୁଲ ନାଁ ମଧ୍ୟ ସୁପାରିଶ କରାଯାଇଛି। ତେବେ ଭୌଗଳିକ ଦୃଷ୍ଟିକୋଣ ଓ ନିକଟସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୂରତାକୁ ଦେଖିଲେ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ବାଲିପଡ଼ାର ବୈତରଣୀ ହାଇସ୍କୁଲ, ନଦୀଗାଁ ହାଇସ୍କୁଲ ଅପଗ୍ରେଡ ହେବା ପାଇଁ ସମସ୍ତ ମାନଦଣ୍ଡ ପୂରଣ କରୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories