କେନ୍ଦୁଝର:ପୁଲିସ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ। କେନ୍ଦୁଝର ପଣ୍ଡାପଡା ଥାନା ଅଞ୍ଚଳରେ ପୁଲିସ୍ ଓ ଗୋରୁ ମାଫିଆ ମୁହାଁମୁହିଁ ହୋଇଛନ୍ତି। ଗୋରୁ ଗାଡିକୁ ଅଟକାଇବାବେଳେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି । ପୁଲିସ୍ ର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଗୁରୁତର ହୋଇଛି। ୩ଟି ଗୋରୁ ଭର୍ତ୍ତି ପିକଅପ୍ ଜବତ ହୋଇଛି। ଏବଂ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାରେ ପୁଲିସ୍ ଅଧିକ ଛାନଭିନ୍ ଜାରି ରଖିଛି।
Popular Categories


