www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ୱଶୁର ଘର ଲୋକେ କଲେ ଏମିତି ; ଅତିଷ୍ଟ ହୋଇ ଆତ୍ମହତ୍ୟା କଲେ ଜ୍ୱାଇଁ..

ନୂଆଦିଲ୍ଲୀ : ବରନାଲା ଜିଲାର ଗାଁ ଫତେହଗଡ ଛତ୍ରାର ବାସିନ୍ଦା ୩୦ ବର୍ଷୀୟ ଗୁରଦାସ ସିଂହ ନିଜ ଶ୍ୱଶୁର ଘର ଲୋକଙ୍କ ଠାରୁ ଅତିଷ୍ଟ ହୋଇ ବିଷାକ୍ତ ପାନୀୟ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଗୁରଦାସ ସିଂହ ନିଜ ମାଆ-ବାପାଙ୍କ ଏକମାତ୍ର ପୁଅ ଥିଲେ । ବିବାହ ପରେ ଗୁରଦାସଙ୍କ ଗୋଟିଏ ୯ ବର୍ଷର ପୁଅ ମଧ୍ୟ ଅଛି।
ପୁଲିସ ଖବର ପାଇ ମୃତଦେହ ଜବତ କରିବା ପରେ ମୃତକଙ୍କ ପତ୍ନୀ ଓ ଶାଶୁ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି ।

ବିଦ୍ୟୁତ କଟି ଯିବା ପରେ ମଧ୍ୟ ଚାଲିବ ଏହି ଫ୍ୟାନ୍‌ ; ଦାମ୍‌ ଏତିକି..

- Advertisement -

ଗୁରଦାସ କ୍ଷେତରେ କାମ କରୁଥିଲେ । ଚାଷ କରି ନିଜ ପରିବାରର ଭରଣ ପୋଷଣ କରୁଥିଲେ । ୨୦୧୫ରେ ତାଙ୍କ ବିବାହ ନବଦୀପଙ୍କ ସହ ହୋଇଥିଲା । ମାତ୍ର ବିବାହର ପରେ ଗୁରଦାସଙ୍କ ପତ୍ନୀ ତାଙ୍କ ସହ କଳହ କରି ନିଜ ବାପ ଘରକୁ ପଳାଇଥିଲେ । କଳହ ବଢିବା ପରେ ୨୦୨୦ରେ ଉଭୟ ଅଲଗା ହୋଇ ଯାଇଥିଲେ ।

ବର୍ଷେ ପରେ ସୂର୍ଯ୍ୟ କରିବେ ମହାଚଳନ: ସୁନା ଭଳି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ବଡ ସଫଳତା..

ଗୁରଦାସଙ୍କ ବାପା ମାଆ କହିଛନ୍ତି, ନବଦୀପ ନିଜ ସ୍ୱାମୀ ଓ ବାପା-ମାଆଙ୍କ ବିରୁଦ୍ଧରେ ମିଥ୍ୟା ଯୌତୁକ ମାମଲା ରୁଜୁ କରିଥିଲା । ଏହାସହ ୨୦ ଲକ୍ଷ ଦାବି କରିଥିଲା । ଏହାପରେ ଗୁରଦାସ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ପରେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି ।

ଘଟଣାର ତଦନ୍ତ ପରେ ପୁଲିସ ଅଧିକାରୀ କହିଛନ୍ତି, ଫତେହଗଡ ଛତ୍ରାର ଜଣେ ଯୁବକ ବିଷାକ୍ତ ପାନୀୟ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକ ଆତ୍ମହତ୍ୟା ପୂର୍ବରୁ ଭିଡିଓ ମଧ୍ୟ କରିଛନ୍ତି । ଯାହାକୁ ଆଧାର କରି ଘଟଣାର ତଦନ୍ତ କରାଯାଉଛି ।

ଭିଡିଓରେ ଦେଖନ୍ତୁ ; ବୁର୍ଜ ଖଲିଫାର ଶୀର୍ଷରୁ ଭୂପୃଷ୍ଠର ଦୃଶ୍ୟ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories