www.samajalive.in
Saturday, December 6, 2025
15.1 C
Bhubaneswar

ସନ୍ନ୍ୟାସ ପରେ ପିଆର ଶ୍ରୀଜେଶଙ୍କୁ ନୂଆ ଦାୟିତ୍ଵ, ବଡ଼ ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ପ୍ରାଚୀର କୁହାଯାଉଥିବା ଗୋଲକିପର ପିଆର ଶ୍ରୀଜେଶ ଗୁରୁବାର ପ୍ୟାରିସି୍ ଅଲିମ୍ପିକ୍ସ ୨୦୨୪ରେ କାଂସ୍ୟ ପଦକ ଜିତିବା ପରେ ହକିରୁ ସନ୍ନ୍ୟାସ ନେଇଛନ୍ତି। ତଥାପି ସେ ଦଳ ସହ ଜଡ଼ିତ ରହିବେ। ଶୁକ୍ରବାର ହକି ଇଣ୍ଡିଆ ପିଆର ଶ୍ରୀଜେଶଙ୍କୁ କନିଷ୍ଠ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ସେ ବର୍ତ୍ତମାନ ଯୁବ ଦଳକୁ ଭବିଷ୍ୟତର ଆହ୍ବାନ ପାଇଁ ପ୍ରସ୍ତୁତ କରିବେ।


ସୂଚନାଯୋଗ୍ୟ, ଗୁରୁବାର ପ୍ୟାରିସ୍‌ ଅଲିମ୍ପିକ୍ସରେ ସ୍ପେନକୁ ୨-୧ରେ ପରାସ୍ତ କରି କାଂସ୍ୟ ପଦକ ଜିତିଛି ଭାରତ। ଏହି ବିଜୟ ସହ ହକିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଶ୍ରୀଜେଶ। ଦୀର୍ଘ ଦିନ ଧରି ଶ୍ରୀଜେଶ ଭାରତୀୟ ହକି ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଆସିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ଶ୍ରୀଜେଶ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ବିପକ୍ଷ ଦଳ ସାମ୍ନାରେ ପ୍ରାଚୀର ଭଳି ଠିଆ ହୋଇଥିଲେ। ସ୍ପେନ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚରେ ଶ୍ରୀଜେଶ ଅନ୍ତିମ କ୍ୱାର୍ଟରରେ ଚମତ୍କାର ସଞ୍ଚୟ କରିଥିଲେ ଏବଂ ସେମାନଙ୍କୁ ଆଗକୁ ଯିବାକୁ ଦେଇ ନଥିଲେ। ଏହିଭଳି ଭାବେ ଭାରତୀୟ ହକି ଦଳ ଶ୍ରୀଜେଶଙ୍କୁ ବିଜୟ ସହ ବିଦାୟ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories