www.samajalive.in
Sunday, December 7, 2025
26.1 C
Bhubaneswar

ସମାଜସେବୀ ରାମାନନ୍ଦଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକାକୁଳ ପରିବେଶ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ବହୁପଦର ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ରାମାନନ୍ଦ ସାହୁଙ୍କ ଅକାଳ ବିୟୋଗ ହୋଇଛି। ନିଜ ଜମି ନିକଟ କେନାଲରେ ପଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ଗୁରୁବାର ସକାଳୁ ରାମାନନ୍ଦ ନିଜ ବହୁପଦର ଜମିକୁ ଯାଇ ଘରକୁ ଫେରିଥିଲେ। ପରେ ଦିନ ୧୧ଟା ସମୟରେ ପୁଣି ସର୍ଗିଗୁଡ଼ାର ରାମଚନ୍ଦ୍ରପୁର ମୌଜା ଜମିକୁ ଯାଇଥିଲେ। ସେଠାରେ କୌଣସି କାରଣ ବଶତଃ ପାଖରେ ଥିବା ଏକା କେନାଲରେ ରାମନନ୍ଦ ପଡ଼ିଥିବା କିଛି ଲୋକ ଦେଖିଥିଲେ। ଏହା ପରେ ପରିବାର ଲୋକ ଏବଂ ଗ୍ରାମ ବାସିନ୍ଦା ସ୍ଥାନୀୟ ଦମକଳ କେନ୍ଦ୍ରକୁ ଫୋନ୍ କରି ଥିଲେ। ଘଟଣାସ୍ଥଳରେ ଦମକଳ ବିଭାଗର ଏକ ଟିମ୍ ପହଞ୍ଚି ତାଙ୍କୁ ଉଦ୍ଧାର କରି ପଦ୍ମପୁର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରେ ପୁଲିସ ଆସି ଶବକୁ ଜବତ କରିବା ପରେ ତଦନ୍ତ ଆରମ୍ଭ କରି ଗୁଣପୁର ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସାଙ୍ଗ ସାଥି ପ୍ରିୟଜନ ମେଡିକାଲରେ ପହଞ୍ଚି ଥିଲେ। ରାମାନନ୍ଦ ଦୀର୍ଘ ୨ବର୍ଷ ହେଲା ମଧୁମେହ, ରକ୍ତଚାପ ପରି ବିଭିନ୍ନ ରୋଗର ପୀଡ଼ିତ ଥିବା ଜଣାପଡିଛି। ସେ ବିଜୁ ଜନତା ଦଳର ଏକ କର୍ମୀ ହିସାବରେ କାମ କରି ଆସୁଥିଲେ। ଚଳିତ ନିର୍ବାଚନରେ ଦେହ ଖରାପ ଲାଗି ବୁଲା ବୁଲି କରି ନଥିଲେ। ସେ ଜଣେ ପରୋପକାରୀ ମେଳାପି ହୋଇ ଜନ ମାନସ ପାଖରେ ପ୍ରିୟ ହୋଇ ରହିଥିଲେ। ପଦ୍ମପୁର ବହୁପଦର ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

ଫିଲ୍ମରୁ କମ୍‌ ନୁହେଁ ; ଏଯାଏଁ ୯ ହତ୍ୟା, ସମସ୍ତେ ମହିଳା, ସମାନ ଶୈଳୀ,ବୁଲୁଛି ସିରିୟଲ କିଲର୍‌..

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories