ରାୟଗଡ଼ା : ପୁଣି ଅବ୍ୟବସ୍ଥା ଘେରରେ ରାୟଗଡା ଜିଲ୍ଲା ଆବାସିକ ବିଦ୍ୟାଳୟ। ରାତି ଅଧରେ ୨୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କୁ ୧୪ ଛାତ୍ର ଅଭିଯୋଗ କରିଛନ୍ତି। ସ୍କୁଲର ଅବ୍ୟବସ୍ଥାକୁ ନେଇ ଦୀର୍ଘ ୨୫ କିଲୋମିଟର ଚାଲି ଚାଲି ଆସିଲେ କୁନିକୁନି ପିଲା। ସ୍କୁଲର ପ୍ରଧାନ ଶିକ୍ଷକ ଦୀର୍ଘଦିନ ହେବ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଖାଇବା ପିଇବାରେ ଅବହେଳା ସହିତ ଅଭଦ୍ର ଭାଷ।ରେ ଗାଳି ଗୁଲଜ ଅଭିଯୋଗ ନେଇ ରାତି ସାଢ଼େ ୩ ଟାରୁ ଦୀର୍ଘ ୨୫ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସରେ ରାୟଗଡା ବଡ଼ରାଇସିଙ୍ଗ,ଆଶ୍ରମ ସ୍କୁଲ ଆବାସିକ ବିଦ୍ୟାଳୟର ୧୪ ଜଣ ପିଲା ଅଭିଯୋଗ କରିଛନ୍ତି। ଉକ୍ତ ହଷ୍ଟେଲରେ,୧୦୦ ଜଣ ବାଳକ ଏବଂ ୧୪୦ ବାଳିକା ହଷ୍ଟେଲରେ ରହି ପାଠ ପଢ଼ୁଥିବା ନେଇ କହିଛନ୍ତି ହଷ୍ଟେଲ ଛାତ୍ର। ଏବେ ଜିଲ୍ଲାରେ ବାଘର ଆତଙ୍କ ଚାଲିଥିବା ବେଳେ ରାତି ତିନିଟାରୁ ଜଙ୍ଗଲ ରାସ୍ତା ଦେଇ ସମସ୍ୟା ଜଣାଇବାକୁ ଛାତ୍ର ଆସିଛନ୍ତି।
Popular Categories



