www.samajalive.in
Saturday, December 13, 2025
26.1 C
Bhubaneswar

ସମାଜସେବୀ ରାମାନନ୍ଦଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକାକୁଳ ପରିବେଶ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ବହୁପଦର ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ରାମାନନ୍ଦ ସାହୁଙ୍କ ଅକାଳ ବିୟୋଗ ହୋଇଛି। ନିଜ ଜମି ନିକଟ କେନାଲରେ ପଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ଗୁରୁବାର ସକାଳୁ ରାମାନନ୍ଦ ନିଜ ବହୁପଦର ଜମିକୁ ଯାଇ ଘରକୁ ଫେରିଥିଲେ। ପରେ ଦିନ ୧୧ଟା ସମୟରେ ପୁଣି ସର୍ଗିଗୁଡ଼ାର ରାମଚନ୍ଦ୍ରପୁର ମୌଜା ଜମିକୁ ଯାଇଥିଲେ। ସେଠାରେ କୌଣସି କାରଣ ବଶତଃ ପାଖରେ ଥିବା ଏକା କେନାଲରେ ରାମନନ୍ଦ ପଡ଼ିଥିବା କିଛି ଲୋକ ଦେଖିଥିଲେ। ଏହା ପରେ ପରିବାର ଲୋକ ଏବଂ ଗ୍ରାମ ବାସିନ୍ଦା ସ୍ଥାନୀୟ ଦମକଳ କେନ୍ଦ୍ରକୁ ଫୋନ୍ କରି ଥିଲେ। ଘଟଣାସ୍ଥଳରେ ଦମକଳ ବିଭାଗର ଏକ ଟିମ୍ ପହଞ୍ଚି ତାଙ୍କୁ ଉଦ୍ଧାର କରି ପଦ୍ମପୁର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରେ ପୁଲିସ ଆସି ଶବକୁ ଜବତ କରିବା ପରେ ତଦନ୍ତ ଆରମ୍ଭ କରି ଗୁଣପୁର ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସାଙ୍ଗ ସାଥି ପ୍ରିୟଜନ ମେଡିକାଲରେ ପହଞ୍ଚି ଥିଲେ। ରାମାନନ୍ଦ ଦୀର୍ଘ ୨ବର୍ଷ ହେଲା ମଧୁମେହ, ରକ୍ତଚାପ ପରି ବିଭିନ୍ନ ରୋଗର ପୀଡ଼ିତ ଥିବା ଜଣାପଡିଛି। ସେ ବିଜୁ ଜନତା ଦଳର ଏକ କର୍ମୀ ହିସାବରେ କାମ କରି ଆସୁଥିଲେ। ଚଳିତ ନିର୍ବାଚନରେ ଦେହ ଖରାପ ଲାଗି ବୁଲା ବୁଲି କରି ନଥିଲେ। ସେ ଜଣେ ପରୋପକାରୀ ମେଳାପି ହୋଇ ଜନ ମାନସ ପାଖରେ ପ୍ରିୟ ହୋଇ ରହିଥିଲେ। ପଦ୍ମପୁର ବହୁପଦର ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

ଫିଲ୍ମରୁ କମ୍‌ ନୁହେଁ ; ଏଯାଏଁ ୯ ହତ୍ୟା, ସମସ୍ତେ ମହିଳା, ସମାନ ଶୈଳୀ,ବୁଲୁଛି ସିରିୟଲ କିଲର୍‌..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories