www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ୱାଭିମାନ ଅଂଚଳରୁ ପୁଲିସ କ୍ୟାମ୍ପ ଉଛେଦ ପାଇଁ ଦାବି

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ପୁଣି ଆଦିବାସୀ ମାନେ ମେଳି କରିଛନ୍ତି। ଆମକୁ ପୁଲିସ କ୍ୟାମ୍ପ ନୁହେଁ ମୌଳିକ ସୁବିଧା ଯୋଗାଇ ଦିଆଯାଉ, ଏଭଳି ଏକ ଆନ୍ଦୋଳନ ମୁଣ୍ଡ ଟେକିଛି ସ୍ୱାଭିମାନ ଅଂଚଳରେ। ଇପଲପଦର, ଡାଇକ୍‍-୩, ନାକାମାମୁଡି ଠାରେ ମାଓ ଦମନ ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ କ୍ୟାମ୍ପ ପ୍ରତିଷ୍ଠାକୁ ବିରୋଧ କରିଛନ୍ତି। ନାକାମାମୁଡି ପଞ୍ଚାୟତର ମୁଦୁଲିଗୁଡା, ରାବା ଏବଂ ଆମେଳିଗୁଡାର ଶତାଧିକ ଆଦିବାସୀ ହାତରେ ପ୍ଲା-କାର୍ଡ ଧରି ବିଏସ୍‍ଏଫ୍‍ କ୍ୟାମ୍ପକୁ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି। ତେବେ ଏମାନେ ଏହି ଅଂଚଳରେ ଶିକ୍ଷାପାଇଁ ଶିକ୍ଷକ ଏବଂ ବିଦ୍ୟାଳୟ ନିର୍ମାଣ, ହଷ୍ଟେଲ ନିର୍ମାଣ, ଗ୍ରାମାଞ୍ଚଳକୁ ରାସ୍ତା, ଉପ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଡାକ୍ତର ନିଯୁକ୍ତି, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ, ସୁଲଭ ଓ ସୁଷମ ଖାଦ୍ୟ ପ୍ରଦାନ ଭଳି ସମସ୍ତଙ୍କୁ ଜଙ୍ଗଲ ଜମି ପଟ୍ଟା ବାର୍ଦ୍ଧର୍କ୍ୟ ଭତ୍ତା ପ୍ରଦାନ କରିବାକୁ ଦାବି କରିଥିବା ବେଳେ ପ୍ରକୃତରେ ଏହି ଆଦିବାସୀଙ୍କୁ ମାଓବାଦୀମାନେ ପ୍ରବର୍ତ୍ତାଇ ଏଭଳି କରା ଯାଉଥିବା ପୁଲିସ ଅଭିଯୋଗ କରିଛି।
ଅନ୍ୟ ପକ୍ଷରେ ଜିଲ୍ଲାରେ ପ୍ରାୟ ୨୫ଟି ବି.ଏସ୍‍.ଏଫ କ୍ୟାମ୍ପ ମାଲକାନଗିରି ମାଓ ପ୍ରବଣ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଛି। ସେଥିମଧ୍ୟରୁ ସ୍ୱାଭିମାନ ଅଂଚଳରେ ଚିତ୍ରକୋଣ୍ଡା, ବଡପଡା, ଜାନବାଇ, ବଡପଦର, ଜନ୍ତାପାଇରେ ପ୍ରତିଷ୍ଠା କରାଯାଇଥିବା ବେଳେ ସ୍ୱାଭିମାନ ଅଂଚଳର ବିକାଶ ପାଇଁ ଏହି କାର୍ଯ୍ୟ କରାଯାଇଛି ବୋଲି ଏସ୍‍.ପି. ଜଗମୋହନ ମିନା ପ୍ରକାଶ କରିଛନ୍ତି। ତେବେ ଗଣତନ୍ତ୍ର ବିରୋଧୀ ସଂଘ ସଂଗଠନକୁ ପୁଲିସ ବିରୋଧ କରିବା ସହ ଏହି ଅଞ୍ଚଳର ସାମଗ୍ରିକ ବିକାଶ ପୁଲିସର ଲକ୍ଷ୍ୟ ବୋଲି ଏସ୍‍.ପି. ମୀନା ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଂଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ, ଗୁରୁପ୍ରିୟା ସେତୁର ଉଦ୍ଘାଟନ ଅବସରରେ ଏହି ଅଂଚଳର ଆଦିବାସୀଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଏହି ପ୍ୟାକେଜ ଘୋଷଣା କରିଥିଲେ।
ତେବେ ବର୍ତ୍ତମାନ ସୁଦ୍ଧା ଜଡାମ୍ବ, ପଣସପୁଟ, ଅଣ୍ଡାପାଲି, ଧୁଲିପୁଟ, ଯନ୍ତ୍ରୀକୁ ଯୋଗା ଯୋଗ ସମ୍ଭବ ହୋଇ ପାରିନାହିାଁ ଏବେବି ଭଙ୍ଗା ଦଦରା ଲଂଚ ଓ ଦେଶୀ ଡଙ୍ଗା ଏକମାତ୍ର ମାଧ୍ୟମା ତେଣୁ ଯୋଗାଯୋଗର ଉନ୍ନତି ପାଇଁ ପଣସପୁଟ, ଜଡାମ୍ବ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବା ସହ ମୁଖିପୁଟରୁ ଜାମୁଗୁଡା ରାସ୍ତା ନିର୍ମାଣ କଲେ ଜାନବାଇରୁ ଜଡାମ୍ବ, ପଣସପୁଟ ପଂଚାୟତକୁ ସଡକ ଯୋଗାଯୋଗର ଉନ୍ନତି ଆସିପାରିବ। ସେହିପରି ବଡପଡା ଠାରେ ୩୩/୧୧ କେଭି ସବ୍‍ଷ୍ଟେସନ ନିର୍ମାଣ କରି ସ୍ୱାଭିମାନ ଅଂଚଳରେ ବିଦ୍ୟୁତ ଯୋଗାଯୋଗର ଉନ୍ନତି ସହ ୬ଟି ଗ୍ରାମ ପଂଚାୟତରେ ଉପସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରତିଷ୍ଠା କରି ସ୍ୱାସ୍ଥ୍ୟ ସେବାର ଉନ୍ନତିକରଣ ସହ ମତ୍ସ୍ୟ ଚାଷୀଙ୍କ ଜୀବିକା ନିର୍ବାହ ପାଇଁ ୫ କୋଟିରୁ ଅଧିକ ଟଙ୍କାର ମାଛ ଜାଆଁଳା ଚିତ୍ରକୋଣ୍ଡା ଜଳାଶୟରେ ଛଡା ଯାଇଛି। ଯାହାଫଳରେ ଦୁଇ ହଜାର ମତ୍ସ୍ୟଜୀବି ପରିବାରଙ୍କ ଜୀବନର ଉନ୍ନତି ଆସିବ। ତେବେ ପୁଲିସ ପ୍ରଶାସନ ମିଳିତ ଭାବେ ବିଛିନ୍ନାଞ୍ଚଳର ବିକାଶ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଏହି ଅଂଚଳରେ କାର୍ଯ୍ୟ କରିବାକୁ ସରକାରୀ କର୍ମଚାରୀ ଓ କମ୍ପାନୀକୁ ଭରଷା ଦେଲେ ନିଶ୍ଚିତ ଭାବେ ବିଛିନ୍ନାଂଚଳ ବିକାଶ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories