www.samajalive.in
Wednesday, December 10, 2025
26.1 C
Bhubaneswar

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଭିଯୋଗ: ଶାସକଦଳ ସମର୍ଥକ ଧମକାଉଛନ୍ତି

ଭୁବନେଶ୍ୱର . –  ପିପିଲି ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ଶାସକ ଦଳର କିଛି ସମର୍ଥକ ତାଙ୍କ ଧମକ ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି । ସେ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟି ଫେରୁଥିବା ବେଳେ ଦୟା ନଦୀ ନିକଟରେ କିଛି ଲୋକ ତମେ ପୀଡିତାଙ୍କ ପରିବାର ଲୋକଙ୍କୁ କେତେଦିନ ସୁରକ୍ଷା ଦେବ ଆମେ ଦେଖିବୁ କହିବା ସହ, ଆମେ ପୁଣି ଜିତି ଶାସନ କରିବୁ ବୋଲି କହିଥିବା ସେ  ପ୍ରକାଶ କରିଛନ୍ତି । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି  ସୂଚନା ଦେଇଛନ୍ତି । ଏହାସହ ପୀଡିତାଙ୍କ ପରିବାର ଲୋକ ଏହି ଘଟଣା ସିବିଆଇ ତଦନ୍ତ ଚାହୁଁଥିବା କଥା ସେ ପ୍ରକାଶ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀ ବେଳେ ସେ ପୀଡାତାଙ୍କ ମାଆଙ୍କର ଏକ ଅଡିଓ ଟେପ୍‌କୁ ଶୁଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ । ଏହାପରେ ସେ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହି ଘଟଣାପରେ ସେ ଓଡ଼ିଶାର ପୁଲିସ ମହାନିର୍ଦେଶକ, ଆଇଜି ଓ ପୁରୀର ଏସ୍‌ପିଙ୍କୁ ଯୋଗଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯୋଗା ଯୋଗ କରିବା ସମ୍ଭବ ହୋଇ ନ ଥିବା ସେ ପ୍ରକାଶ କରିଛନ୍ତି ।

- Advertisement -

ସୂଚନା ଯୋଗ୍ୟ ପିପିଲି ପ୍ରସଙ୍ଗରେ ରାଜ୍ୟର କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ରବିବାରରେ ଇସ୍ତଫା ପ୍ରଦାନ କରିଛନ୍ତି ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories