ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କରିଛି। ଆସନ୍ତାକାଲି ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି ହୋଇଥିବା ନେଇ ସୂଚନା ଜାରି ହୋଇଛି। ଆରଡିସି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି।
ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା ନିକଟରୁ ୫ଦିନ ତଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶରୀର ଉଦ୍ଧାର ହେବା ଘଟଣାକୁ ନେଇ ବ୍ଲକର ରାଖେଲଗୁଡା ଓ ଏମଭି-୨୬ ଗାଁ ମଧ୍ୟରେ ସୋମବାର ଅପରାହ୍ନରୁ ଲାଗିଥିବା ଉତ୍ତେଜନା ଅଣାୟତ୍ତ ହୋଇଥିଲା। ହଜାର ହଜାର ଆଦିବାସୀ ଏମଭି-୨୬ ଗାଁରେ ପହଞ୍ଚି ହଙ୍ଗାମା କରିଛନ୍ତି। ତେବେ ଉଭୟ ଗାଁରେ ଶାନ୍ତି ଫେରାଇବାକୁ ଶାନ୍ତି କମିଟି ବୈଠକ ବସିବ ବୋଲି କହିଛନ୍ତି ଜିଲ୍ଲାପାଳ। ସିଏମ୍ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଏମ୍ଭି ୨୬ରେ ୧୮୮ ଘର ମଧ୍ୟରୁ ୧୬୩ଟି ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ଆକଳନ କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ
Popular Categories



