www.samajalive.in
Monday, December 15, 2025
17.1 C
Bhubaneswar

ଶ୍ମଶାନ ଜମିରେ ଅଟ୍ଟାଳିକା, ଶ୍ରୀରାମପୁର ମୌଜାରେ ଗୋଚର ଜମି ଜବରଦଖଲ

କଳାପଥର (ବାଙ୍କୀ): ଧଳାପଥର ରାଜସ୍ୱ ନିରୀକ୍ଷକଙ୍କ ଅଧୀନ ଧଳାପଥର, ଗୋପୀନାଥପୁର, ଶ୍ରୀରାମପୁର, ଠଣାପଲ୍ଲୀ ଆଦି ବିଭିନ୍ନ ମୌଜାରେ ସରକାରୀ ଜାଗା ଏବେ ଜବରଦଖଲରେ ରହିଛି। ସରକାରୀ କର୍ମଚାରୀଙ୍କୁ କରାୟତ୍ତ କରି ପ୍ରଭାବଶାଳୀ ବ୍ୟକ୍ତିମାନେ ସରକାରୀ ଜମିକୁ ଅକ୍ତିଆର କରି ସେଥିରେ ବୃହତ ଅଟ୍ଟାଳିକା ଓ ଦୋକାନ ଗୃହ ନିର୍ମାଣ କରିଛନ୍ତି। ଏପରିକି ଶ୍ମଶାନ ଜମି ଉପରେ ଅଟ୍ଟାଳିକା ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପାଟପୁର ଶାସନ ପଞ୍ଚାୟତ ଧଳାପଥର ରାଜସ୍ୱ ନିରୀକ୍ଷକଙ୍କ ଅଧୀନ ଶ୍ରୀରାମପୁର ମୌଜାର କୋଦୁଅବେରେଣ-ଭାପୁର ବାଇପାସ ପୂର୍ତ୍ତବିଭାଗ ରାସ୍ତା ପାଶ୍ୱର୍ରେ ସରକାର ଜମି ଜବରଦଖଲରେ ରହିଛି। ସେହିପରି ରାଜସ୍ୱ କାର୍ଯ୍ୟାଳୟ ବାଳିକା ଉଚ୍ଚ ବିଦ୍ୟାଳୟ, ବିଦ୍ୟୁତ କାର୍ଯ୍ୟାଳ. କଳାପଥର ଡାକ୍ତରଖାନା ଜମିକୁ ଜବରଦଖଲ କରି ଏହାକୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଶ୍ରୀରାମପୁର ଗ୍ରାମବାସୀଙ୍କ ଶ୍ମଶାନ ନଥିବାରୁ ଠଣାପଲ୍ଲୀ ଶ୍ମଶାନକୁ ଲୋକମାନେ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ଯଦି କୌଣସି କାରଣରୁ ଠଣାପାଲ୍ଲୀ ଗ୍ରାମବାସୀ ଅନୁମତି ଦିଅନ୍ତି ନାହିଁ ତେବେ ଶ୍ରୀରାମପୁରବାସୀ ଶବଦାହ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ସୂଚନାଯୋଗ୍ୟ ୧୯୯୫ରେ ହୋଇଥିବା ସେଟଲମେଣ୍ଟରେ କିସମ ପରିବର୍ତ୍ତନ କରି ପ୍ରଭାବଶାଳୀ ଲୋକେ ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ବୋଲଗଡ ତହସିଲଦାର ନିବେଦିତା ପରିଡାଙ୍କୁ ପଚାରିବାରୁ ସେ କହିଛନ୍ତି ଧଳାପଥର ରାଜସ୍ୱ ନିରୀକ୍ଷକ ଅଧୀନରେ ହୋଇଥିବା ଜବରଦଖଲ ସମ୍ପର୍କରେ ଅଭିଯୋଗ ଆସିଛି। ଅନ୍ୟପକ୍ଷରେ ଏସମ୍ପର୍କରେ ସମୁଦାୟ ୧୭ଜଣ ଜବରଦଖଲକାରୀଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆଗାମୀ ଦିନରେ ଅନ୍ୟମାନଙ୍କୁ ନୋଟିସ ଜାରି କରାଯିବ। ପରେ ନିୟମାନୁସାରେ ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories