www.samajalive.in
Saturday, December 6, 2025
14.1 C
Bhubaneswar

ଡ଼.ବାବୁଜୀ ସାମଲ ହେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଯୁଗ୍ମ କୁଳସଚିବ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଦାୟିତ୍ୱରେ ଥିବା ଉପ କୁଳସଚିବ ଡ଼. ବାବୁଜୀ ସାମଲଙ୍କୁ ଯୁଗ୍ମ କୁଳସଚିବ ଭାବେ ଦାୟିତ୍ୱ ମିଳିଛି । ସୂଚନା ଅନୁସାରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ,ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଥିବା ଉପ କୁଳସଚିବଙ୍କୁ ଯୁଗ୍ମ କୁଳସଚିବ ଭାବେ ଦାୟିତ୍ୱ ଦେବା ପାଇଁ ଚିଠି ଲେଖାଯାଇଥିଲା। ଉପ କୁଳସଚିବ ଡ଼. ବାବୁଜୀ ସାମଲଙ୍କୁ ଯୁଗ୍ମ କୁଳସଚିବ ଭାବେ ଦାୟିତ୍ୱ ମିଳିଥିବା ନେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳ ସଚିବ ସଚ୍ଚିଦାନନ୍ଦ ନାୟକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯୁଗ୍ମ ସଚିବ ଦାୟିତ୍ୱ ମିଳିବା ପରେ ଡ଼. ବାବୁଜୀ ସାମଲଙ୍କୁ ବିଶ୍ବବିଦ୍ୟାଳୟର କର୍ମଚାରୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି। ଡ଼. ସାମଲଙ୍କୁ ଦାୟିତ୍ୱ ମିଳିଥିବାରୁ କୁଳପତି, କୁଳ ସଚିବ, ଉଚ୍ଚ ଶିକ୍ଷା ବିଭାଗକୁ କୃତଜ୍ଞତା ଜଣାଇବା ସହ ସୂଚାରୁ ଭାବେ ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories