www.samajalive.in
Monday, December 8, 2025
14.1 C
Bhubaneswar

ଅଲିମ୍ପିକ୍ସ ହକି: ଆଜି ଭାରତ-ଜର୍ମାନୀ କଡା ମୁକାବିଲା

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ପୁରୁଷ ହକି ଦଳ ଇତିହାସ ସୃଷ୍ଟି କରିବାଠାରୁ ଆଉ ମାତ୍ରେ ଏକ ପାଦ ଦୂରରେ ରହିଛି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦତ ଜିତିଥିବା ଭାରତୀୟ ଦଳ ଚଳିତ ଅଲିମ୍ପିକ୍ସ ମଧ୍ୟ ପଦକ ଜିତିବା ଆଶା କରାଯାଉଛି। ମଙ୍ଗଳବାର ଭାରତ ସେମିଫାଇନାଲରେ ଶକ୍ତିଶାଳୀ ଜର୍ମାନୀକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ ଉପରେ ସାରା ବିଶ୍ୱର ନଜର ରହିଛି। ସେମିରେ ଜର୍ମାନୀକୁ ହରାଇଲେ ୪୪ବର୍ଷ ପରେ ଭାରତ ଫାଇନାଲ ଖେଳିବା ସହ ପଦକ ଜିତିବା ନିଶ୍ଚିତ କରିବ। ଯଦି ଭାରତ ଆଜିର ମ୍ୟାଚରେ ପରାଜିତ ହେବ ତେବେ କାଂସ୍ୟ ପଦକ ପାଇଁ ଅନ୍ୟ ସେମିଫାଇନାଲର ପରାଜିତ ଦଳକୁ ଭେଟିବ। ହେଲେ ଆଜିର ମ୍ୟାଚ ପୂର୍ବରୁ ଭାରତକୁ ବଡ ଲାଗିଛି। ଦଳର ତାରକା ଡିଫେଣ୍ଡର ଅମିତ ରୋହିଦାସ ଖେଳିବେନି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ।
୨୦୨୦ ଟୋକିଓ ଅଲିମ୍ପିକ୍ସରେ କଡା ମୁକାବିଲା ସହ କାଂସ୍ୟ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଭାରତ ବାଜି ମାରିଥିଲା। ଦୀର୍ଘ ୪୧ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କରିଥିଲା ଭାରତୀୟ ପୁରୁଷ ହକି ଦଳ। ଏଥର ପୁଣି ଥରେ ଦୁଇ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚଟି କଡା ମୁକାବିଲା ହେବ ବୋଲି କୁହାଯାଉଛି। ବିଶ୍ୱ ମାନ୍ୟତାରେ ଭାରତ ପଞ୍ଚମରେ ଥିବା ବେଳେ ଜର୍ମାନୀ ୨ୟ ସ୍ଥାନରେ ରହିଛି। କ୍ୱାର୍ଟରରେ ଭାରତ ସୁଟ୍‌‌ଆଉଟରେ ଗ୍ରେଟ ବ୍ରିଟେନକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ୬ଟି ମ୍ୟାଚ ଖେଳି ୭ଟି ଗୋଲ କରି ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ସେହିପରି ଅଭିଜ୍ଞ ଗୋଲକିପର ଶ୍ରୀଜେସଙ୍କୁ ଭାରତର ‘ଦି ଗ୍ରେଟ୍‌‌ ୱାଲ୍‌‌’ ବିବେଚନା କରାଯାଉଛି। ଅନ୍ୟପଟେ ଜର୍ମାନୀ ୩-୨ ଗୋଲରେ କ୍ୱାର୍ଟରରେ ଆର୍ଜେଣ୍ଟିନାକୁ ପରାସ୍ତ କରି ସେମିକୁ ଉଠିଛି। ୩ଥର ଅଲିମ୍ପକ୍ସ ଟାଇଟଲ ଜିତିଥିବା ଜର୍ମାନୀକୁ ହରାଇବାକୁ ହେଲେ ଭାରତକୁ ଉନ୍ନତ ହକି ଖେଳିବାକୁ ପଡିବ। ଟୋକିଓ ଅଲିମ୍ପିକ୍ସ ପରେ ଜର୍ମାନୀ-ଭାରତ ପରସ୍ପରକୁ ଏପର୍ଯ୍ୟଡ଼୍‌‌ତ ପ୍ରୋ ଲିଗ୍‌‌ରେ ୬ଥର ଭେଟିଛନ୍ତି। ଭାରତ ୫ଟିରେ ବିଜୟ ହୋଇଥିବା ବେଳେ ଜର୍ମାନୀ ଥରେ ବିଜୟୀ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories