www.samajalive.in
Monday, December 15, 2025
14.1 C
Bhubaneswar

ଯୁବକଯୁବତୀମାନଙ୍କ ଦକ୍ଷତା ନିଜର ପରିଚୟ ହେବା ଦରକାର: ଜିଲାପାଳ

ନବରଙ୍ଗପୁର  : ଛାତ୍ରଛାତ୍ରୀମାନଙ୍କର  କୌଶଳ ଭିତ୍ତିକ ଶିକ୍ଷାରେ  ଆଗ୍ରହ  ବଢାଇବା  ନିମନ୍ତେ  ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା   ବିଭାଗ   ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଗତ ୧୫ ତାରିଖ ଦିନ  ଉଦଘାଟନ  କରିଥିବା କୌଶଳ ରଥ ଆଜି ନବରଙ୍ଗପୁର ଜିଲାରେ ପହଁଞ୍ଚିବା  ପରେ  ଅଗ୍ନିପୁର ସ୍ଥିତ  ପଲିଟେକନିକ ମହା ବିଦ୍ୟାଳୟରେ  ଜିଲାପ୍ରଶାସନ ପକ୍ଷରୁ  ଭବ୍ୟ ସମ୍ବର୍ଦ୍ଧନା  ଦିଆଯାଇଥିଲା । ଏହି ଉପଲକ୍ଷେ  ଜିଲା  ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟ।ଳୟ ତରଫରୁ ଆୟୋଜିତ  ସାଧାରଣ ସଭାରେ ମୁଖ୍ୟ ଅତିଥି  ଭାବରେ ଯୋଗଦେଇ ଜିଲ୍ଲାପାଳ  ଡଃ କମଳ ଲୋଚନ ମିଶ୍ର   କହିଲେ ଯେ  ଯୁବକ ଯୁବତୀ ମାନଙ୍କ “ଦକ୍ଷତା “ ନିଜର ପରିଚୟ ହେବା ଦରକାର ।  ବର୍ତ୍ତମାନର  ବିକଶିତ ଭାରତରେ  ଜ୍ଞାନ  ସହିତ  ନିଜର ଦକ୍ଷତାକୁ  ପ୍ରତି ଯୁବକ ଯୁବତୀ ସବୁ ସ୍ତରରେ ପ୍ରତିପାଦିତ କରିବାର ସମୟ ଆସିଛି  । କୌଶଳ ଭିତ୍ତିକ ଶିକ୍ଷା ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରିପାରିବ ବୋଲି ମତବ୍ୟକ୍ତ କରିବା ସହିତ  ସଭାରେ  ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବନଶୀଳ  ହେବା ସହିତ ଅନ୍ୟମାନଙ୍କୁ ଏଦିଗରେ ସଚେତନ କରିବା ପାଇଁ ଆହ୍ଵାନ ଦେଇଥିଲେ ।

ଅନ୍ୟତମ  ଅତିଥି ଭାବରେ ଯୋଗଦେଇ ଅତିରିକ୍ତ  ଜିଲାପାଳ ମହେଶ୍ଵର ନାୟକ  ନିଜର ବକ୍ତବ୍ୟରେ  ପ୍ରତିଯୋଗିତା ମୂଳକ ଦୁନିଆରେ ଛାତ୍ରଛାତ୍ରୀମାନଙ୍କର  କୌଶଳ ଭିତ୍ତିକ ଶିକ୍ଷାରେ  ଆଗ୍ରହ   ବଢାଇ ନିଜର  ଦକ୍ଷତାକୁ ସମାଜରେ ପ୍ରତିପାଦନ  କରିବା ପାଇଁ  ଆହ୍ଵାନ ଦେଇଥିଲେ । ବୈଠକରେ  ଜିଲ୍ଲା  ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲାଇ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା   ବିଭାଗ   ତଫରୁ ଆସିଥିବା କୌଶଳ ରଥ ସମଗ୍ର  ଜିଲାରେ ୪ ଦିନ ଧରି କୌଶଳ ଭିତିକ ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ  ଗୁଡିକ ପରିକ୍ରମା କରିବ ବୋଲି ସୂଚନା ପ୍ରଦାନ କରିଥଲେ ।

- Advertisement -

ଅନ୍ୟ ମାନଙ୍କ ମଧ୍ୟରେ  ଜିଲ୍ଲା ପରିଷଦ  ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ , ନବରଙ୍ଗପୁର ବିଡିଓ ସୁନୀଲ କୁମାର ଖୁରା , ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ରେଶମ ଲାଲ ନାୟକ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ , ଜିଲ୍ଲା ସହାୟକ  ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ , ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ପଲିଟେକନିକ ମହାବିଦ୍ୟାଳୟର ଅଧ୍ୟାପକ  ଅସିତ ରଞ୍ଜନ ଆର୍ଚାଯ୍ଯ , ବୈଜୟନ୍ତ ରାୟ , ସରୋଜ ସାହୁ , ପ୍ରବୋଧ କୁମାର ଶତପଥି , ଚନ୍ଦ୍ରମଣି ମହାପାତ୍ର ,ପ୍ରଦୁଷ କୁମାର ପଣ୍ଡା  ଓ ସୁବ୍ରତ ପାଣିଗ୍ରାହୀ  ପ୍ରମୁଖ  ନିଜ ନିଜ ବକ୍ତବ୍ୟରେ   ଛାତ୍ରଛାତ୍ରୀମାନଙ୍କୁ   କୌଶଳ ଭିତିକ ଶିକ୍ଷାର  ଗୁରୁତ୍ଵ ଉପରେ ମାର୍ଗ ଦର୍ଶନ କରାଇଥିଲେ । ଅଧ୍ୟାପିକା ରଶ୍ମିତା କଳସୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା  ଦକ୍ଷତା ବିକାଶ ଓ ନିୟୋଜନ ସହ  ଅଧିକାରୀ  ଶୁଭମ ମହା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories