www.samajalive.in
Sunday, December 14, 2025
19.1 C
Bhubaneswar

ଚିତାଲାଗି ଅମାବାସ୍ୟାରେ ଗେଣ୍ଡାପୂଜା

ପିପିଲି:ଶ୍ରାବଣ ଅମାବାସ୍ୟା ତଥା ଚିତାଲାଗି ଅମାବାସ୍ୟା ଅବସରରେ ପିପିଲିରେ ପ୍ରତ୍ୟେକ କୃଷକ ପରିବାର ପକ୍ଷରୁ ରବିବାର ସକାଳେ ଗେଣ୍ଡାଙ୍କୁ ପୂଜା କରାଯିବା ସହ ସେମାନଙ୍କୁ ଅରୁଆ ଚାଉଳରେ ପ୍ରସ୍ତୁତ ଚିତଉ ପିଠା ଖାଇବାକୁ ଦିଆଯାଇଥିଲା। ଚାଷ ଜମିର ମିତ ଭାବେ ପରିଚିତ ଗେଣ୍ଡା କୃଷକଙ୍କ ବନ୍ଧୁ ଅଟେ। ବର୍ଷାଦିନେ ତଥା ଶ୍ରାବଣ ମାସରେ ଚାଷ ଜମିରେ ଅସଂଖ୍ୟ ଗେଣ୍ଡା ଜନ୍ମଲାଭ କରୁଥିବା ବେଳେ ମାଟିକୁ ହାଲୁକା ଛିଦ୍ରଯୁକ୍ତ କରାଇ ଉର୍ବର କରିଥାନ୍ତି। ଚାଷଜମିରେ ଗେଣ୍ଡା ରହି ଅପକାରୀ ଶୈବାଳ, ଚକଡା ପୋକ ଆଦିକୁ ଭକ୍ଷଣ କରିବା ସହ ଚାଷକୁ ସୁରକ୍ଷା ଦେଇଥାଏ।

ମୃତ୍ତିକାର ଉପକାର କଲେ ମଧ୍ୟ କ୍ଷେତରେ ଚାଷୀଙ୍କ ପାଦକୁ ଗେଣ୍ଡା କାଟି ଦେଇଥାଏ। ତେଣୁ ଚିତାଲାଗି ଅମାବାସ୍ୟାରେ ପ୍ରତ୍ୟେକ ଚାଷୀ ପରିବାର ପକ୍ଷରୁ ଅରୁଆ ଚାଉଳରେ ଚିତଉ ପିଠା ଓ ଗଇଁଠା ପିଠା କରାଯାଇ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଖାଇବା ପାଇଁ ଜମିରେ ଦିଆଯାଇଥିଲା। ଏଥିସହ ବନ୍ୟା ଜଳରୁ ଫସଲର ସୁରକ୍ଷା ପାଇଁ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ପାଣିରେ ଚିତଉ ପିଠାକୁ ଚାଷୀମାନେ ଭସାଇଥିବା ପରିଲକ୍ଷିତ ହୋଇଥିଲା। ଏହା ଦ୍ୱାରା ଗେଣ୍ଡାମାନେ କୃଷିର ସୁରକ୍ଷା କରିବା ସହ କୃଷକକୁ ନିଜର ବନ୍ଧୁ ବୋଲି ଭାବି ଆକ୍ରମଣ କରିବେ ନାହିଁ ଓ ବରୁଣ ଦେବତାଙ୍କ ଆର୍ଶୀବାଦରୁ ବର୍ଷା ଓ ବନ୍ୟାରେ ଫସଲ କ୍ଷତି ହେବ ନାହିଁ ବୋଲି ଲୋକକଥା ରହିଥିବା ସଂପର୍କରେ ଖଣ୍ଡିଆଗିରି ଗ୍ରାମର ଅଗ୍ରଣୀ ଚାଷୀ ବ୍ରଜକିଶୋର ପ୍ରଧାନ, ଦୁର୍ଯ୍ୟଧନ ସ୍ୱାଇଁ, ଓରକଳ ଗ୍ରାମର ମନୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories