www.samajalive.in
Friday, December 12, 2025
14.1 C
Bhubaneswar

ଚିତାଲାଗି ଅମାବାସ୍ୟାରେ ଗେଣ୍ଡାପୂଜା

ପିପିଲି:ଶ୍ରାବଣ ଅମାବାସ୍ୟା ତଥା ଚିତାଲାଗି ଅମାବାସ୍ୟା ଅବସରରେ ପିପିଲିରେ ପ୍ରତ୍ୟେକ କୃଷକ ପରିବାର ପକ୍ଷରୁ ରବିବାର ସକାଳେ ଗେଣ୍ଡାଙ୍କୁ ପୂଜା କରାଯିବା ସହ ସେମାନଙ୍କୁ ଅରୁଆ ଚାଉଳରେ ପ୍ରସ୍ତୁତ ଚିତଉ ପିଠା ଖାଇବାକୁ ଦିଆଯାଇଥିଲା। ଚାଷ ଜମିର ମିତ ଭାବେ ପରିଚିତ ଗେଣ୍ଡା କୃଷକଙ୍କ ବନ୍ଧୁ ଅଟେ। ବର୍ଷାଦିନେ ତଥା ଶ୍ରାବଣ ମାସରେ ଚାଷ ଜମିରେ ଅସଂଖ୍ୟ ଗେଣ୍ଡା ଜନ୍ମଲାଭ କରୁଥିବା ବେଳେ ମାଟିକୁ ହାଲୁକା ଛିଦ୍ରଯୁକ୍ତ କରାଇ ଉର୍ବର କରିଥାନ୍ତି। ଚାଷଜମିରେ ଗେଣ୍ଡା ରହି ଅପକାରୀ ଶୈବାଳ, ଚକଡା ପୋକ ଆଦିକୁ ଭକ୍ଷଣ କରିବା ସହ ଚାଷକୁ ସୁରକ୍ଷା ଦେଇଥାଏ।

ମୃତ୍ତିକାର ଉପକାର କଲେ ମଧ୍ୟ କ୍ଷେତରେ ଚାଷୀଙ୍କ ପାଦକୁ ଗେଣ୍ଡା କାଟି ଦେଇଥାଏ। ତେଣୁ ଚିତାଲାଗି ଅମାବାସ୍ୟାରେ ପ୍ରତ୍ୟେକ ଚାଷୀ ପରିବାର ପକ୍ଷରୁ ଅରୁଆ ଚାଉଳରେ ଚିତଉ ପିଠା ଓ ଗଇଁଠା ପିଠା କରାଯାଇ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଖାଇବା ପାଇଁ ଜମିରେ ଦିଆଯାଇଥିଲା। ଏଥିସହ ବନ୍ୟା ଜଳରୁ ଫସଲର ସୁରକ୍ଷା ପାଇଁ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ପାଣିରେ ଚିତଉ ପିଠାକୁ ଚାଷୀମାନେ ଭସାଇଥିବା ପରିଲକ୍ଷିତ ହୋଇଥିଲା। ଏହା ଦ୍ୱାରା ଗେଣ୍ଡାମାନେ କୃଷିର ସୁରକ୍ଷା କରିବା ସହ କୃଷକକୁ ନିଜର ବନ୍ଧୁ ବୋଲି ଭାବି ଆକ୍ରମଣ କରିବେ ନାହିଁ ଓ ବରୁଣ ଦେବତାଙ୍କ ଆର୍ଶୀବାଦରୁ ବର୍ଷା ଓ ବନ୍ୟାରେ ଫସଲ କ୍ଷତି ହେବ ନାହିଁ ବୋଲି ଲୋକକଥା ରହିଥିବା ସଂପର୍କରେ ଖଣ୍ଡିଆଗିରି ଗ୍ରାମର ଅଗ୍ରଣୀ ଚାଷୀ ବ୍ରଜକିଶୋର ପ୍ରଧାନ, ଦୁର୍ଯ୍ୟଧନ ସ୍ୱାଇଁ, ଓରକଳ ଗ୍ରାମର ମନୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି।

Hot this week

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories