www.samajalive.in
Sunday, December 14, 2025
19.1 C
Bhubaneswar

ସ୍କୁଟରକୁ ଧକ୍କା ଦେଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ୩ମାସର ଶିଶୁପୁତ୍ର ସହ ଅନ୍ୟ ୭ଜଣ

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ନିକଟରେ ରବିବାର ଘଟିଥିବା ଏକ ସଡକ ଦୁର୍ଘଟଣାରେ ଗୋଟିଏ କାର୍‌‌ ରାସ୍ତା ପାର୍ଶ୍ବରେ ନୟନଜୋରୀ ମଧ୍ୟକୁ ଓଲଟି ପଡି ସଂପୂର୍ଣ୍ଣ ଜଳିଯାଇଛି। ତେବେ କାର୍‌‌ ମଧ୍ୟରେ ଥିବା ଜଣେ ୩ମାସର ଶିଶୁପୁତ୍ର ସମେତ ୩ଜଣ ମହିଳା ଓ ୨ଜଣ ପୁରୁଷଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗୋଟିଏ ଷଣ୍ଢକୁ ବଞ୍ଚାଇବାକୁ ଯାଇ ଉକ୍ତ କାର୍‌‌ ଧକ୍କାରେ ଅନ୍ୟଏକ ବ୍ୟାଟେରୀ ଚାଳିତ ସ୍କୁଟର ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୨ ସ୍କୁଟର ଆରୋହୀ ମଧ୍ୟ ଅଳ୍ପକେ ଏକ ବଡ ବିପଦରୁ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାଇ, କଟକ ଚୌଧୁରୀବଜାର ଅଞ୍ଚଳର ଗୋଟିଏ ପରିବାରର ସଦସ୍ୟମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ କାର୍‌‌ ଯୋଗେ ପୁରୀ ଯାଉଥିବା ବେଳେ ରବିବାର ସକାଳ ପ୍ରାୟ ସାଢେ ୭ଟା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ଭୋଗୁଆବାଙ୍କ ଛକ ଓ ବରାଗଡ ଗ୍ରାମ୍ୟଛକ ମଧ୍ୟବର୍ତ୍ତି ଏକ ସ୍ଥାନରେ ରାସ୍ତା ଉପରକୁ ହଠାତ୍‌‌ ଏକ ଷଣ୍ଢ ଦୌଡି ଆସିବାରୁ କାର୍‌‌ର ଚାଳକ ତତ୍‌‌କ୍ଷଣାତ ଗାଡିର ବ୍ରେକ୍‌‌ ମାରିଥିଲେ। ଷଣ୍ଢକୁ ବଞ୍ଚାଇବାକୁ ଯାଇ କାର୍‌‌ଟି ରାସ୍ତାର ବାମପାଶ୍ୱର୍କୁ ମାଡିଯିବା ସହ ରାସ୍ତାରେ ଯାଉଥିବା ଅନ୍ୟ ଏକ ବ୍ୟାଟେରୀ ଚାଳିତ ସ୍କୁଟରକୁ ଧକ୍କା ଦେଇଥିଲା। ପରେ ରାସ୍ତା ପାଶ୍ୱର୍ରେ ଥିବା ଏକ ଗଛ ସହ ଘସିହୋଇ କାର୍‌‌ଟି ୧୦ଫୁଟ୍‌‌ ତଳକୁ ରାସ୍ତା କଡ ନୟନଜୋରୀ ମଧ୍ୟକୁ ଓଲଟି ପଡିଥିଲା। ତେବେ କାର୍‌‌ ମଧ୍ୟରେ ଥିବା ଏକ ୩ମାସର ଶିଶୁପୁତ୍ର ଗାଡିର ଡୋର୍‌‌ କାଚ ଦେଇ ବାହାରକୁ ବାହାରି ଯିବା ସହ ଘାସ ଉପରେ ପଡିଥିଲା।

- Advertisement -

ଦୁର୍ଘଟଣାଗ୍ରସ୍ତ ସ୍କୁଟରର ଦୁଇ ଆରୋହୀ ଓ ସ୍ଥାନୀୟ ଲୋକେ ତତ୍‌‌କ୍ଷଣାତ ଉକ୍ତ କାର୍‌‌ ମଧ୍ୟରୁ ଦୁଇଭାଇ ସୋମନାଥ ମଲ୍ଲିକ (୩୨), ରାମନାଥ ମଲ୍ଲିକ (୨୪), ମାଆ ସ୍ନେହଲତା ମଲ୍ଲିକ (୬୫)ଙ୍କ ସମେତ ଜଣେ ବିବାହିତା ମହିଳା ଓ ଅନ୍ୟଜଣେ ଯୁବତୀଙ୍କୁ ଉଦ୍ଧାର କରିବା ପରେ କାର୍‌‌ଟି ହୁତୁ ହୁତୁ ହୋଇ ଜଳିଥିଲା। ସେମାନଙ୍କ ମଧ୍ୟରୁ ୨ଭାଇ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ହାଇୱେ ପୁଲିସ ପେଟ୍ରୋଲିଂ ଟିମ୍‌‌ର ଏସ୍‌‌ପିଓ ରବିନାରାୟଣ ମିଶ୍ର ଘଟଣାସ୍ଥଳରେ ପହଞ୍ôଚ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାରେ ବ୍ୟାଟେରୀ ଚାଳିତ ସ୍କୁଟରଟି ମଧ୍ୟ ନୟନଜୋରୀ ମଧ୍ୟକୁ ଖସିପଡିଥିବା ବେଳେ ତା’ର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାଙ୍ଗିଯାଇଛି। ତେବେ ସ୍କୁଟର ଆରୋହୀ ୨ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ପିପିଲିରୁ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ôଚ ଜଳୁଥିବା କାର୍‌‌କୁ ଲିଭାଇଥିଲା। ପିପିଲି ଥାନା ଏସ୍‌‌ଆଇ ମମତା ବିଶ୍ୱାଳ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories