www.samajalive.in
Tuesday, December 9, 2025
16.1 C
Bhubaneswar

ଯୁବକଯୁବତୀମାନଙ୍କ ଦକ୍ଷତା ନିଜର ପରିଚୟ ହେବା ଦରକାର: ଜିଲାପାଳ

ନବରଙ୍ଗପୁର  : ଛାତ୍ରଛାତ୍ରୀମାନଙ୍କର  କୌଶଳ ଭିତ୍ତିକ ଶିକ୍ଷାରେ  ଆଗ୍ରହ  ବଢାଇବା  ନିମନ୍ତେ  ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା   ବିଭାଗ   ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଗତ ୧୫ ତାରିଖ ଦିନ  ଉଦଘାଟନ  କରିଥିବା କୌଶଳ ରଥ ଆଜି ନବରଙ୍ଗପୁର ଜିଲାରେ ପହଁଞ୍ଚିବା  ପରେ  ଅଗ୍ନିପୁର ସ୍ଥିତ  ପଲିଟେକନିକ ମହା ବିଦ୍ୟାଳୟରେ  ଜିଲାପ୍ରଶାସନ ପକ୍ଷରୁ  ଭବ୍ୟ ସମ୍ବର୍ଦ୍ଧନା  ଦିଆଯାଇଥିଲା । ଏହି ଉପଲକ୍ଷେ  ଜିଲା  ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟ।ଳୟ ତରଫରୁ ଆୟୋଜିତ  ସାଧାରଣ ସଭାରେ ମୁଖ୍ୟ ଅତିଥି  ଭାବରେ ଯୋଗଦେଇ ଜିଲ୍ଲାପାଳ  ଡଃ କମଳ ଲୋଚନ ମିଶ୍ର   କହିଲେ ଯେ  ଯୁବକ ଯୁବତୀ ମାନଙ୍କ “ଦକ୍ଷତା “ ନିଜର ପରିଚୟ ହେବା ଦରକାର ।  ବର୍ତ୍ତମାନର  ବିକଶିତ ଭାରତରେ  ଜ୍ଞାନ  ସହିତ  ନିଜର ଦକ୍ଷତାକୁ  ପ୍ରତି ଯୁବକ ଯୁବତୀ ସବୁ ସ୍ତରରେ ପ୍ରତିପାଦିତ କରିବାର ସମୟ ଆସିଛି  । କୌଶଳ ଭିତ୍ତିକ ଶିକ୍ଷା ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରିପାରିବ ବୋଲି ମତବ୍ୟକ୍ତ କରିବା ସହିତ  ସଭାରେ  ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବନଶୀଳ  ହେବା ସହିତ ଅନ୍ୟମାନଙ୍କୁ ଏଦିଗରେ ସଚେତନ କରିବା ପାଇଁ ଆହ୍ଵାନ ଦେଇଥିଲେ ।

ଅନ୍ୟତମ  ଅତିଥି ଭାବରେ ଯୋଗଦେଇ ଅତିରିକ୍ତ  ଜିଲାପାଳ ମହେଶ୍ଵର ନାୟକ  ନିଜର ବକ୍ତବ୍ୟରେ  ପ୍ରତିଯୋଗିତା ମୂଳକ ଦୁନିଆରେ ଛାତ୍ରଛାତ୍ରୀମାନଙ୍କର  କୌଶଳ ଭିତ୍ତିକ ଶିକ୍ଷାରେ  ଆଗ୍ରହ   ବଢାଇ ନିଜର  ଦକ୍ଷତାକୁ ସମାଜରେ ପ୍ରତିପାଦନ  କରିବା ପାଇଁ  ଆହ୍ଵାନ ଦେଇଥିଲେ । ବୈଠକରେ  ଜିଲ୍ଲା  ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲାଇ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା   ବିଭାଗ   ତଫରୁ ଆସିଥିବା କୌଶଳ ରଥ ସମଗ୍ର  ଜିଲାରେ ୪ ଦିନ ଧରି କୌଶଳ ଭିତିକ ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ  ଗୁଡିକ ପରିକ୍ରମା କରିବ ବୋଲି ସୂଚନା ପ୍ରଦାନ କରିଥଲେ ।

- Advertisement -

ଅନ୍ୟ ମାନଙ୍କ ମଧ୍ୟରେ  ଜିଲ୍ଲା ପରିଷଦ  ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ , ନବରଙ୍ଗପୁର ବିଡିଓ ସୁନୀଲ କୁମାର ଖୁରା , ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ରେଶମ ଲାଲ ନାୟକ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ , ଜିଲ୍ଲା ସହାୟକ  ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ , ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ପଲିଟେକନିକ ମହାବିଦ୍ୟାଳୟର ଅଧ୍ୟାପକ  ଅସିତ ରଞ୍ଜନ ଆର୍ଚାଯ୍ଯ , ବୈଜୟନ୍ତ ରାୟ , ସରୋଜ ସାହୁ , ପ୍ରବୋଧ କୁମାର ଶତପଥି , ଚନ୍ଦ୍ରମଣି ମହାପାତ୍ର ,ପ୍ରଦୁଷ କୁମାର ପଣ୍ଡା  ଓ ସୁବ୍ରତ ପାଣିଗ୍ରାହୀ  ପ୍ରମୁଖ  ନିଜ ନିଜ ବକ୍ତବ୍ୟରେ   ଛାତ୍ରଛାତ୍ରୀମାନଙ୍କୁ   କୌଶଳ ଭିତିକ ଶିକ୍ଷାର  ଗୁରୁତ୍ଵ ଉପରେ ମାର୍ଗ ଦର୍ଶନ କରାଇଥିଲେ । ଅଧ୍ୟାପିକା ରଶ୍ମିତା କଳସୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା  ଦକ୍ଷତା ବିକାଶ ଓ ନିୟୋଜନ ସହ  ଅଧିକାରୀ  ଶୁଭମ ମହା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories