www.samajalive.in
Sunday, December 14, 2025
23.1 C
Bhubaneswar

ବଟେଶ୍ୱର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିରେ ଦୁର୍ବୃତ୍ତ

ଗଞ୍ଜାମ:ଗଞ୍ଜାମ ଜିଲ୍ଲାର ପାଳିବନ୍ଦ ପଂଚାୟତ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ମନ୍ଦିର  ଶନିବାର ମଧ୍ୟ୍ୟ ରାତ୍ର ରେ ରୁ କେହି ଦୃବୃତ୍ତ ମନ୍ଦିର ଭିତରେ ଥିବା ହୁଣ୍ଡୀ କୁ ଭାଙ୍ଗି ଟଙ୍କା ଲୁଟି ନେଇଛି। ରବିବାର ଦିନ ସକାଳୁ ହୁଣ୍ଡି ଟି ମନ୍ଦିର ବେଢାରେ ପଡ଼ିଥିବା  ଲୋକମାନେ ଦେଖିବାକୁ ପାଇଥିଲେ l ପରେ ପୋଲିସ କୁ ଖବର ଦିଆଯାଇଥିଲା। ହୁମା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ଛାନ ଭିନ୍ନ ଆରମ୍ଭ କରିଛନ୍ତି। ନିକଟରେ ଥିବା କିଛି ସିସି କେମେରା ଫୁଟେଜ ତଦନ୍ତ କରିଥିଲେ।

ସୂଚନା ଯୋଗ୍ୟ ଯେ ଗତ ମଧ୍ୟ୍ୟ ରାତ୍ର କେହି ବୃବୃତ୍ତ ମନ୍ଦିର ର ଉତ୍ତର ପାଶ୍ୱରେ ରହିଥିବା ଗେଟ ତାଲା ଭାଙ୍ଗି ପୁଣି ମନ୍ଦିର ଭିତରେ ଥିବା ଗେଟ ତାଲା ଭାଙ୍ଗି ହୁଣ୍ଡି କୁ ବାହାରେ ଆଣିଥିବା ଅନୁମାନ କରାଯାଉଛି। ଏହାପରେ ହୁଣ୍ଡୀକୁ ଭାଙ୍ଗି ସେଥିରେ ଥିବା ଦାନ ଟଙ୍କା ଲୁଟି ନେଇଛନ୍ତି। ଖବର ପ୍ରଚାର ହେବା ପରେ ପରିଚାଳନା କମିଟି ପକ୍ଷରୁ ପୂର୍ବତନ ସରପଞ୍ଚ ଦିଲୀପ ଛୋଟରୟ, ଶିବପ୍ରସାଦ ସ୍ୱାଇଁ, ରଂଜିତ ପଲାଇ, ପବିତ୍ର ସ୍ୱାଇଁ, ନିରାକାର ଜେନା, ସଞ୍ଜୟ ତରାଇ ସମେତ ଅନ୍ୟ ମାନେ ପହଞ୍ଚି ପୁଲିସ ସହ ଏନେଇ ଆଲୋଚନା କରିଥିଲେ। ପ୍ରକାଶ ଥାଉକି ଆସନ୍ତା କାଲି ଶ୍ରାବଣ ମାସର ତୃତୀୟ ସୋମବାର ହେଉଥିବା ବେଳେ ଦିନକ ଆଗରୁ ମନ୍ଦିରରେ ଚୋରୀ ଘଟଣା ଭକ୍ତ ଙ୍କ ମନରେ ଆଘାତ ଲାଗିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories