www.samajalive.in
Sunday, December 14, 2025
23.1 C
Bhubaneswar

ସରକାରୀ ଚାକିରି ସଂରକ୍ଷଣକୁ ନେଇ ବାଂଲାଦେଶରେ ପୁଣି ହିଂସାକାଣ୍ଡ, ୭୨ ମୃତ

ଢାକା : ପୁଣି ଅଶାନ୍ତ ହୋଇଛି ବାଂଲାଦେଶ। ସରକାରୀ ଚାକିରି ସଂରକ୍ଷଣକୁ ନେଇ ବାଂଲାଦେଶରେ ପୁଣି ହିଂସାକାଣ୍ଡ  ଦେଖାଦେଇଛି। ଏହି ହିଂସାକାଣ୍ଡରେ ୭୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି।

ସରକାରୀ ଚାକିରିରେ ପ୍ରସ୍ତାବିତ ସଂରକ୍ଷଣ ବ୍ୟବସ୍ଥା ପ୍ରତିବାଦରେ ବାଂଲାଦେଶରେ ଚାଲିଥିବା ବିକ୍ଷୋଭ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଏହି ହିଂସାରେ ଅନେକ ପ୍ରାଣ ହରାଇସାରିଥିବାବେଳେ ସହସ୍ରାଧିକ ଆହତ ହୋଇଛନ୍ତି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ସେନାକୁ ମୁତୟନ କରାଯାଇଛି। ସାରା ଦେଶରେ କର୍ଫ୍ୟୁ ଲାଗୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରି ଆନ୍ଦୋଳନକାରୀ ହିଂସାକାଣ୍ଡ ଭିଆଇଛନ୍ତି। ବାଂଲାଦେଶରେ ସରକାରୀ ଚାକିରି ସଂରକ୍ଷଣକୁ ନେଇ ପୁଣି ହିଂସାକାଣ୍ଡ ଦେଖାଦେଇଛି। ଆଜି ବାଂଲାଦେଶରେ ହୋଇଥିବା ହିଂସାକାଣ୍ଡରେ ୭୨ଜଣଙ୍କ ମୃତ୍ୟୁ ହୋଇଛି।

- Advertisement -

ସେନା ଯବାନମାନେ ରାଜଧାନୀ ଢାକାର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିବା ଲକ୍ଷ୍ୟ କରାଯାଇଛି। ବିକ୍ଷୋଭକାରୀମାନେ ଯେପରି ସରକାରୀ କାର୍ଯ୍ୟାଳୟ କିମ୍ବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନ ଆଡକୁ ଅଗ୍ରସର ହୋଇନପାରିବେ, ସେଥିପାଇଁ ଯବାନମାନେ ଏକାଧିକ ପ୍ରମୁଖ ରାସ୍ତାକୁ ଅବରୋଧ କରିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲାଠିଚାଳନା ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଉଥିଲେ ସୁଦ୍ଧା ଆଶାନୁରୂପ ସଫଳତା ମିଳିପାରୁନାହିଁ। ହିଂସା ରୋକିବାରେ ପୁଲିସ ଅସମର୍ଥ ହେବାରୁ ସରକାର ଦେଶରେ କର୍ଫ୍ୟୁ (ସାନ୍ଧ୍ୟ ଆଇନ) ଲାଗୁ କରିଥିବାବେଳେ ସେନାକୁ ଆଇନ ଶୃଙ୍ଖଳା ଦାୟିତ୍ବ ଦିଆଯାଇଛି।

ସୂଚନା ମୁତାବକ ୧୯୭୧ରେ ବାଂଲାଦେଶ ସ୍ବାଧୀନତା ସଂଗ୍ରାମରେ ଯେଉଁମାନେ ଝାସ ଦେଇଥିଲେ ସେମାନଙ୍କ ପରିବାର ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଶେଖ ହସିନା ସରକାର ନିକଟରେ ଘୋଷଣା କରିଛନ୍ତି। ଏଥିରେ କ୍ଷୁବ୍ଧ ହୋଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶିତ ହେଉଛି। ବାଂଲାଦେଶର ଲୋକସଂଖ୍ୟା ୨୦ କୋଟି ହୋଇଥିବାବେଳେ ବେକାରୀଙ୍କ ସଂଖ୍ୟା ପ୍ରାୟ ୪ କୋଟି। ପ୍ରଧାନମନ୍ତ୍ରୀ ଶେଖ ହସିନା ୨୦୧୮ରେ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲେ ସୁଦ୍ଧା ଚଳିତବର୍ଷ ଜୁନରେ ଅଦାଲତ ଏହାକୁ ପୁନଃ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି। ହସିନା ସରକାର ଏହି ରାୟ ପ୍ରତିବାଦରେ ସୁପ୍ରିମକୋର୍ଟରେ ଆବେଦନ କରିଥିବାବେଳେ ନିମ୍ନ ଅଦାଲତଙ୍କ ରାୟକୁ ସ୍ଥଗିତ ରଖିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories