କାଉଡିଆ ବଜାଇ ପାରିବେନି ଡିଜେ, ପାଖରେ ରଖିବେ ଆଧାର କାର୍ଡ

ଜୟପୁର : ରାଜସ୍ଥାନ ସରକାର ବୋଲବୋମ ଯାତ୍ରାକୁ ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି । ମାର୍ଗଦର୍ଶିକାରେ ଗୃହ ବିଭାଗ କହିଛି କି କାଉଡିଆ ରାଜସ୍ଥାନର ସୀମାରେ ପ୍ରବେଶ କରିବା ପରେ ଡିଜେ ଓ ଲାଉଡସ୍ପିକର ବଜାଇପାରିବେନି । କାଉଡିଆ ନିଜ ସହିତ ହକି ଷ୍ଟିକ୍, ଖଣ୍ଡା, ଲାଠି ଧରି ଯାଇପାରିବେନି । ରାଜ୍ୟ ସରକାରଙ୍କର ଏହି ମାର୍ଗଦର୍ଶିକାକୁ ବଜରଙ୍ଗ ଦଳ କଡା ବିରୋଧ କରିଛି।

ଝୋଲପୁର ଜିଲାର ଡିଏମ୍ ଶ୍ରୀନିଧି ବିଟି କହିଛନ୍ତି କି ରାଜସ୍ଥାନ ସରକାରଙ୍କ ଗୃହ ବିଭାଗ ତରଫରୁ ଜାରି ମାର୍ଗଦର୍ଶିକାରେ କାଉଡିଆଙ୍କୁ ନିର୍ଦ୍ଦେଶ ରହିଛି କି ହରିଦ୍ବାରରୁ ଚାଲି ଚାଲି ଆସୁଥିବା କାଉଡିଆ ରାଜସ୍ଥାନ ସୀମାରେ ପାଦଚଲା ମାର୍ଗରେ ହିଁ ଆସନ୍ତୁ । କାଉଡିଆ ନିଜ ପରିଚୟ ପତ୍ର, ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ନିଜ ସହିତ ରଖନ୍ତୁ । ଯାତ୍ରା ସମୟରେ କୌଣସି ନିଶା ଦ୍ରବ୍ୟ ସେବନ ନକରିବା ପାଇଁ ପରାମର୍ଶ ରହିଛି । ଏହା ସହ କୌଣସି ଗୁଜବରେ ବିଶ୍ବାସ ନକରିବା ସହ ଗୁଜବକୁ ପ୍ରଶୟ ଦେବାକୁ ବାରଣ କରାଯାଇଛି। କାଉଡିଆ କୌଣସି ପ୍ରକାର ପ୍ଲାଷ୍ଟିକ୍ ଦ୍ରବ୍ୟ ବ୍ୟବହାର ନକରିବା ପାଇଁ ପରାମର୍ଶ ରହିଛି ।

prayash

ୱାୟନାଡ ଭୂ-ସ୍ଖଳନ ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଲେ ଅଲ୍ଲୁ ଅର୍ଜୁନ

kalyan agarbati

Comments are closed.