www.samajalive.in
Sunday, December 7, 2025
26.1 C
Bhubaneswar

ଚାଉଁରପୁର ପୋଲ ଉପରୁ ମହାନଦୀକୁ ଡେଇଁ ବଞ୍ଚିଗଲେ ସନ୍ତୋଷ

ସମ୍ବଲପୁର: ସମ୍ବଲପୁର ସହରରେ ଅବସ୍ଥିତ ଦ୍ୱିତୀୟ ପୋଲ (ଚାଉଁରପୁର) ଉପରୁ ଜଣେ ବ୍ୟକ୍ତି ମହାନଦୀ ଗର୍ଭକୁ ଶୁକ୍ରବାର ରାତ୍ରିରେ ଜଣେ ବ୍ୟକ୍ତି ଡେଇଁ ପଡିଥିଲେ। ତେବେ ସୌଭାଗ୍ୟବଶତଃ ଉକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ଗୋବିନ୍ଦତୋଲା ଅଞ୍ଚଳରେ ନଦୀ ପଠାରେ ଲାଗି ଯାଇ ବର୍ତ୍ତି ଯାଇଛନ୍ତି। ପ୍ରାପ୍ତସୂଚନାନୂଯାୟୀ, ଚାଉଁରପୁର ପୋଲ ଉପରୁ ସୁନାପାଲି ନିବାସୀ ସନ୍ତୋଷ ତାଣ୍ଡି ନାମକ ବ୍ୟକ୍ତି ଗତକାଲି ରାତ୍ରିରେ ଅଚାନକ ମହାନଦୀ ଗର୍ଭକୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିବା ବେଳେ ତାଙ୍କୁ ମହାନଦୀ ଗର୍ଭରେ ଖୋଜା ଚାଲିଥିଲା। କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନ ଥିଲା।

ତେବେ ରାତ୍ରି ପ୍ରାୟ ସାଢ଼େ ୧୨ଟା ରେ ସ୍ଥାନୀୟ ଗୋବିନ୍ଦତୋଲା ନିକଟରେ ନଦୀ କଡରେ ଥିବା ଲଟା ବୁଦା ଗୁଡିକ ମଧ୍ୟରେ ସନ୍ତୋଷ ଫଶି ରହି ଯାଇଥିଲେ। ରାତି ଅଧରେ ସେ ଚିତ୍କାର କରିବାରୁ ସମାଜସେବୀ ଧର୍ମେନ୍ଦ୍ର ପଟ୍ଟନାୟକ ତାଙ୍କୁ ଦେଖିଥିଲେ ଏବଂ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏଥି ସହ ସ୍ଥାନୀୟ ନିବାସୀଙ୍କ ମିଶି ସେ ସନ୍ତୋଷଙ୍କୁ ଉଦ୍ଧାର କରିଥିଲେ। ଘରୋଇ କଳହ ଯୋଗୁଁ ସେ ମହାନଦୀକୁ ଡେଇଁ ପଡିଥିବାର ଉଦ୍ଧାର କରାଯିବା ପରେ ସନ୍ତୋଷ କହିଛନ୍ତି। ତାଙ୍କର ମାନସିକ ସ୍ଥିତି ଭଲ ନ ଥିବାର ପୁଲିସର ପ୍ରାଥମିକ ତଦନ୍ତରେ ଜଣାପଡିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories