Patra electronics

ଦେଖନ୍ତୁ ଭିଡିଓ; କେବଳ ଫଟୋ ପାଇଁ କୁମ୍ଭୀର ନିକଟକୁ ପିଲାଙ୍କୁ ପଠାଇଲେ,ତା’ପରେ..

ନୂଆଦିଲ୍ଲୀ : ରାସ୍ତାରେ ଅନେକ ସମୟରେ କିଛି ଲୋକେ ଜୀବଜନ୍ତୁଙ୍କୁ ଦେଖିବା ପରେ ଏପରି କିଛି କାର୍ଯ୍ୟ କରି ଥାଆନ୍ତି,ଯାହା ବାସ୍ତବିକ ଅବିଶ୍ୱସନୀୟ । ଜୀବଜନ୍ତୁଙ୍କ ନିକଟତର ହେବା ଦ୍ୱାରା ପରବର୍ତ୍ତୀ ସମୟରେ କି ସମସ୍ୟା ଆସିବ ସେଥିପ୍ରତି ଅଣଦେଖା କରି ଥାଆନ୍ତି । ଅନେକ ସମୟରେ ଏଥିପାଇଁ ଜୀବନ ମଧ୍ୟ ବିପଦରେ ପଡିଥାଏ । ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଏପରି ଅନେକ ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ ଯେଉଁଥିରେ ଲୋକେ ଜୀବନକୁ ବିପଦରେ ପକାଉଥିବା ଦେଖାଯାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓକୁ ଦେଖି ନିଜ ମୁଣ୍ଡରେ ହାତ ଦେବେ ।

ଭିଡିଓରେ ଦେଖି ପାରିବେ, କିଛି ଶିଶୁ ଭୟଭୀତ ଅବସ୍ଥାରେ ରାସ୍ତା କଡରେ ଠିଆ ହୋଇ ବିଶାଳକାୟ କୁମ୍ଭୀର ନିକଟରେ ଫଟୋ ଉଠାଉଛନ୍ତି । ଏଭଳି କରିବା ପାଇଁ ତାଙ୍କ ବାପା-ମାଆ କହୁଥିବା ଭିଡିଓରେ ନଜର ଆସୁଛି । କୁମ୍ଭୀର ନିକଟରେ ଠିଆ ହୋଇ ଫଟୋ ଉଠାଉଛନ୍ତି ମଧ୍ୟ । ଏହି ଭିଡିଓ ଏକ ଜାତୀୟ ଉଦ୍ୟାନ ନିକଟ ରାସ୍ତାର ବୋଲି ଜଣାପଡିଛି ।
ଅନେକ ସମୟରେ ଲୋକେ ନିଜ ପରିବାର ସହ ଭ୍ରମଣ ପାଇଁ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଥାଆନ୍ତି । ନିଜ ପିଲାଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇଥାଆନ୍ତି । ମାତ୍ର ଭାଇରାଲ ହେଉଥିବା ଏହି ଭିଡିଓରେ ଭିନ୍ନ ଦୃଶ୍ୟ ହିଁ ଦେଖିବାକୁ ମିଳିଛି । ଭିଡିଓରେ ଦେଖାଯାଇଛି, କୁମ୍ଭୀରଟି କିଭଳି ପାଟି ଖୋଲା କରୁଛି । ପିଲାମାନେ ତା’ନିକଟରେ ଫଠୋ ଉଠାଉଛନ୍ତି । ଭିଡିଓରେ ଦେଖିବା ପରେ ଲୋକେ ଚିନ୍ତା ପ୍ରକଟ କରିବା ସହ ଫଟୋ ପାଇଁ ଏଭଳି ଜୀବନକୁ ବିପଦରେ ପକାଇବା ଉଚିତ୍‌ ନୁହେଁ ବୋଲି ମତ ଦେଇଛନ୍ତି ।

ଶୁକ୍ରଙ୍କ ୨ ଥର ଚଳନ ; ଅଗଷ୍ଟରେ ଖୁବ୍‌ ଚମକିବ ଏହି ରାଶିଙ୍କ ଭାଗ୍ୟ, ହଠାତ୍‌ ମିଳିବ ଚାକିରି,ଧନ..

Comments are closed.