www.samajalive.in
Tuesday, December 9, 2025
26.1 C
Bhubaneswar

ମା’ କୁ ହତ୍ୟା କରି ପୋଡିଦେଲା ପୁଅ

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମପିଭି-୫୫ ଗ୍ରାମରେ ଶୁକ୍ରବାର ସନ୍ଧ୍ୟା ସମୟରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।। ନିଜ ଜନ୍ମ କଲା ମା’ ଙ୍କୁ ତାର ପୁଅ ମାରି ରାଜରାସ୍ତା ଉପରେ ପୋଡି ଦେଇଛି। ଏହି ଲୋମଟାଙ୍କୁରା ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

ସ୍ଥାନୀୟ ଅଂଚଳବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ରହୁଥିବା ତାରକ ମଣ୍ଡଳଙ୍କ ସ୍ତ୍ରୀ ଗୀତା ମଣ୍ଡଳ(୫୦)ଙ୍କୁ ତାଙ୍କ ପୁଅ ତାପସ ମଣ୍ଡଳ(୩୫) ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିରେ ମହିଳାଙ୍କ ୭୦ପ୍ରତିଶତ ଶରୀର ପୋଡିଯାଇଥିବା ସୂଚନା ମିଳିଛି। ରାତି ପର୍ଯ୍ୟନ୍ତ ଶବ ରାସ୍ତା ଉପରେ ପଡିଥିବା ଦେଖିବାକୁ ମିଳିଛି। ଏହି ହତ୍ୟାକାଣ୍ଡ ସମ୍ପର୍କରେ ଉକ୍ତ ଗ୍ରାମ ଦାୟିତ୍ୱରେ ଥିବା ଗ୍ରାମରଖୀ ଘଟଣା ସମ୍ପର୍କରେ ମୋଟୁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ମୋଟୁ ଥାନା ଅଧିକାରୀ ରଘୁନାଥ ମାଝିଙ୍କ ନେତୃତ୍ୱରେ ଏକ ଟିମ ଏମପିଭି-୫୫ ଗ୍ରାମରେ ପହଂଚି ରାସ୍ତା ଉପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଥିବା ଗୀତା ମଣ୍ଡଳଙ୍କ ମୃତ ଶରୀରକୁ ଜବତ କରିଥିଲା। ଏହାସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହିତ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୁଲିସ ଜବତ କରିଛି। ଗ୍ରାମବାସୀମାନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ଗୀତାଙ୍କ ସ୍ୱାମୀ ତାରକ ପ୍ରାୟ ୬ ମାସ ହେବ ଆନ୍ଧ୍ରପ୍ରଦେଶରେ ରହି କାର୍ଯ୍ୟ କରୁଛନ୍ତି। ମା’ ଗୀତା ଓ ଏକମାତ୍ର ପୁଅ ତାପସ ଗ୍ରାମ ଘରେ ଏକତ୍ରିତ ରହୁଥିଲେ। ପୂର୍ବରୁ ତାପସ ମା’ ସହିତ ଅନେକ ଥର ବିଭିନ୍ନ କଥାକୁ ନେଇ ପାଟିତୁଣ୍ଡ ଗଣ୍ଡଗୋଳ କରୁଥିବା ଜଣାପଡିଛିା ଶୁକ୍ରବାର ମଧ୍ୟ ମା’ ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ତାପସ ନିଜ ମା’କୁ ବାଡେଇ ବାଡେଇ ହତ୍ୟା କରିଥିଲା। ହତ୍ୟା କରିବା ପରେ ମା’ର ଶବକୁ ଗାଁ ରାସ୍ତାକୁ ଆଣି ନିଆଁ ଲଗାଇ ପୋଡି ଦେଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ତନାଘନା କରୁଛି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories