www.samajalive.in
Friday, December 5, 2025
17.1 C
Bhubaneswar

ଆସନ୍ତା ୩ ତାରିଖ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ଅଞ୍ଚଳ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ନଦୀ, ନାଳ ବୁଡ଼ି ରହିଥିବାବେଳେ ଆଗକୁ ଆହୁରି ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୩ ତାରିଖ ଯାଏଁ ଦକ୍ଷିଣ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ରହିଛି। ଏନେଇ ଜିଲା ପ୍ରଶାସନକୁ ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପକ୍ଷରୁ କୁହାଯାଇଛି। ସେହିପରି କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦେଶ ଦେଇଛନ୍ତି। ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଏବଂ ଉତ୍ତର -ପଶ୍ଚିମ ଓଡ଼ିଶାର ଏହି ସବୁ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ (୭ରୁ ୧୧ ସେମି.) ବର୍ଷା ହୋଇପାରେ। ଏଣୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଆସନ୍ତା ୩ ତାରିଖ ଯାଏଁ ବର୍ଷା ଲାଗି ରହିବ। କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ଏବଂ ଆଉ କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୩୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଛତିଶଗଡ଼ରେ ଥିବା ଘୂର୍ଣ୍ଣିବଳୟ ଓ ମୌସୁମୀ ନିମ୍ନଚାପରେଖା ଯୋଗୁଁ ଗତ ୨୪ ଘଣ୍ଟାରେ କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ବରଗଡ଼ ଓ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହୋଇଛି। ନୟାଗଡ଼ର ରଣପୁରରେ ୧୧୨.୬ ମି.ମି., ନବରଙ୍ଗପୁରର ରାଇଘରରେ ୧୧୦ ମି.ମି., କଳାହାଣ୍ଡି କୋକସରାରେ ୮୦ ମି.ମି., ବରଗଡ଼ର ଭଟଲି, ନବରଙ୍ଗପୁରର ଝରିଗାଁ ଏବଂ ଚନ୍ଦାହାଣ୍ଡିରେ ୭୫ ମି.ମି ଲେଖାଏଁ, ନୂଆପଡ଼ାରେ ୬୩.୮ ମି.ମି., ଭବାନୀପାଟଣାରେ ୬୨.୨ ମି.ମି., ଧର୍ମଗଡ଼ରେ ୫୪.୨ ମି.ମି ଏବଂ ଜୁନାଗଡ଼ରେ ୪୯.୬ ମି.ମି ବର୍ଷା ହୋଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories