ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ରବିବାର ରାତି ପ୍ରାୟ ୧ଟା ୩୫ରେ ଲାଇନ୍ଚ୍ୟୁତ ହେବା ନେଇ ରେଲୱେ ପକ୍ଷରୁ ସୂଚନା ମିଳିଛି। ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ଉଭୟ ଡାଉନ୍ ଏବଂ ଅପ୍ ଲାଇନରେ ପୁଣି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ରେଳଧାରଣାରୁ ୮ ବଗି ଖସିପଡ଼ିଛି। ଫଳରେ ଟ୍ରେନ୍ ଚଳାଚଳ ଠପ୍ ହୋଇଯାଇଛି। ଏହି ଘଟଣାରେ ୨ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ୬ଟି ଟ୍ରେନ୍ର ଯାତାୟାତ ସମୟ ବଦଳିଛି। ଏହି ଘଟଣା ପର ଠାରୁ ସବୁ ଟ୍ରେନ୍ ଭୁବନେଶ୍ବରରୁ କଟକ ଅଭିମୁଖେ ଓ କଟକରୁ ଭୁବନେଶ୍ବର ଅଭିମୁଖେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି।
Popular Categories



