www.samajalive.in
Monday, December 15, 2025
14.1 C
Bhubaneswar

ଶିଆଳଙ୍କ ସହ ଲଢ଼ିଲା ୧୩ଫୁଟିଆ ଅଜଗର

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଏନ୍‍ଏସି ଅଧୀନ ମିରିଗିଣିସ୍ଥିତ ଖାଣ୍ଡିଆହୁଡ଼ି ଅଞ୍ଚଳରୁ ଆଜି ଏକ ୧୩ଫୁଟ ଲମ୍ବର ଅଜଗର ସାପ ଶିଆଳଙ୍କ ସହ ଲଢ଼ି ଜୀବନ ବଞ୍ଚାଇଛି । ଏହି ସାପଟି ଖାଦ୍ୟ ଅନ୍ୱେଷଣରେ ପାହାଡ଼ରୁ ଜନବସତିକୁ ଖସି ପଳାଇ ଆସିଥିଲା । ଏତିକି ବେଳେ କେତେକ ଶିଆଳ ସାପକୁ ଦେଖି ଲମ୍ଫ ମାରିଥିଲେ । ଅଜଗରଟି ସେମାନଙ୍କ ସହ ଦୀର୍ଘ ସମୟ ଧରି ଲଢ଼ିଥିଲା ।

ଏପରିକି ଶିଆଳଙ୍କୁ ଭୟଭୀତ କରାଇବାକୁ ଉଦ୍ୟମ ଜାରି ରଖିଥିଲା । କିନ୍ତୁ ଶିଆଳମାନେ ଝାମ୍ପ ମାରି ତାକୁ କ୍ଷତାକ୍ତ କରି ଦେଇଥିଲେ । ସ୍ଥାନୀୟ ବସ୍ତିବାସିନ୍ଦା ସେଠାରେ ପହଞ୍ଚି ଶିଳାଳମାନଙ୍କୁ ଘଉଡ଼ାଇବା ଯୋଗୁ ସାପର ଜୀବନ ବଞ୍ଚି ଯାଇଥିଲା । ଖବରପାଇ ସାପଧରାଳି କାର୍ତ୍ତିକ ସେଠୀ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ବନବିଭାଗକୁ ଅବଗତ କରିଥିଲେ । ପରେ ତାକୁ କୁଲଡିହା ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories