www.samajalive.in
Sunday, December 14, 2025
23.1 C
Bhubaneswar

ମହିଳା ଓ ଶିଶୁ ବିକାଶ ପରିସଂଖ୍ୟାନ ସହାୟକ ସଂଘର ବାର୍ଷିକ କାର୍ଯ୍ୟକାରୀ ପରିଷଦ ବୈଠକ

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ପରିସଂଖ୍ୟାନ ସହାୟକ ସଂଘର ବାର୍ଷିକ କାର୍ଯ୍ୟକାରୀ ପରିଷଦ ବୈଠକ ଭୁବନେଶ୍ଵରସ୍ଥିତ ରେଡ଼କ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୁନସ୍ଥ କନିଷ୍ଠ ସହାୟକ (ପରିସଂଖ୍ୟାନ)ଙ୍କ ସ୍ଫକିରୀ ସମ୍ବନ୍ଧୀୟ ଭବିଷ୍ୟତ ଯଥା : କ୍ୟାଡ଼ର ଗଠନ, ଗ୍ରେଡ଼େସନ ତାଲିକା ତଥା ପଦୋନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ପ୍ରାୟ ୧୫୦ରୁ ଉର୍ଦ୍ଧ କନିଷ୍ଠ ସହାୟକ (ପରିସଂଖ୍ୟାନ) ଯୋଗ ଦେଇଥିଲେ ।

ଏହି ସଭାରେ ମୁଖ୍ୟ ଦାବି ସ୍ୱରୂପ ଉଚ୍ଛେଦ ହୋଇଥିବା ପରିସଂଖ୍ୟାନ ସହାୟକ (ଲେବୁଲ୍-୯)କୁ ସ୍ଥାପନ କରି ବର୍ତ୍ତମାନ କାର୍ଯ୍ୟରତ କନିଷ୍ଠ ପରିସଂଖ୍ୟାନ ସହାୟକ (ଲେବୁଲ୍-୪)ଙ୍କୁ ପୁନଃ ଲେବୁଲ୍-୯ରେ ପଦୋନ୍ନତି ନିମନ୍ତେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରା‌ଯିବ ବୋଲି ସଂଘର ସଭାପତି ପ୍ରୀତମ ଏସିଲନ ସୂଚନା ଦେଇଛନ୍ତି |

- Advertisement -

ଏହି ସଭାରେ ରାଜ୍ୟ ନେତୃତ୍ବଙ୍କ ସମେତ ଜିଲ୍ଲା ନେତୃତ୍ବବୃନ୍ଦମାନେ କାର୍ଯ୍ୟ ପରିଗଳନାରେ ସ‌ହ‌ଯୋଗ କରିଥିଲେ । ପ୍ରୀତମ ଏପ୍‌ସିଲନ (ଲକି) ଅଧ୍ୟକ୍ଷତାରେ ସଭା ପରିସ୍ଖଳିତ ହୋଇଥିଲା । ସର୍ବଶେଷରେ ଆବାହକ ନିଲୁ କୁମାର ନାହାକ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ । ଏଥିରେ ପଦାରବିନ୍ଦ କର, ନନ୍ଦୀତା ମହାନ୍ତି, ରାମଚନ୍ଦ୍ର ସ୍ଵାଇଁ, ବିସନେଜୟ ପୃଷ୍ଟି, ପ୍ରୀତିପ୍ରଜ୍ଞା ବାରିକ, ମାନସ ତରାଇ, ଶୁଭ୍ରାଂଶୁ ଶେଖର ସାହୁ, ମଧୁସ୍ମିତା ପରିଜା, ସିଦ୍ଧାନ୍ତ କୁମାର ସାହୁ, ରାଜେଶ ଖାରା, ଇନ୍ଦ୍ର ବଠ ବଂ ଅନ୍ୟାନ୍ୟ ସମସ୍ତ ଜିଲ୍ଲାର ସଦସ୍ୟ ଉପସ୍ଥିତ ଥିଲେ ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories