ହରଭଙ୍ଗା :ହରଭଙ୍ଗା ବ୍ଲକ ଚାରି ଛକ ରେ ଥିବା ଏମ୍.ଇ ସ୍କୁଲ ପ୍ରାଙ୍ଗଣରେ ୟୁଥ ଇକୋ କ୍ଲବ ତରଫରୁଏକ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ପିଜୁଳି, ଆମ୍ବ, କଦଳୀ ଏବଂ ଜାମୁ ଭଳି ଫଳ ଗଛ ରୋପଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ରଣା, ସହକାରୀ ଶିକ୍ଷକ ମନମୋହନ ସାହୁ, ସତ୍ୟଭାମା ସାହୁ ଏବଂ ସରିତା ବିଶୋଇ ବୃକ୍ଷରୋପଣ କାର୍ଯକ୍ରମରେ ସାମିଲ ହୋଇଥିଲେ। ଏହାପରେ ଇକୋ କ୍ଲବର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ “ବୃକ୍ଷରୋପଣ ଏବଂ ଜଳବାୟୁ ପରିବର୍ତ୍ତନ” ଶୀର୍ଷକ ଆଲୋଚନା ଚକ୍ରରେ ଶିକ୍ଷାର୍ଥୀ ଏବଂ ଶିକ୍ଷକମାନେ ନିଜର ମତାମତ ଉପସ୍ଥାପନ କରି ବୃକ୍ଷରୋପଣର ମହାନତା ସମ୍ପର୍କରେ ଅବଗତ କରାଇଥିଲେ।
Popular Categories



