www.samajalive.in
Saturday, December 6, 2025
15.1 C
Bhubaneswar

ଅରୁଣାଚଳ ପ୍ରଦେଶରେ ୬୦୦ ସ୍କୁଲ ବନ୍ଦ

ଇଟାନଗର: ଅରୁଣାଚଳ ପ୍ରଦେଶର ୬୦୦ଟି ସ୍କୁଲକୁ ବନ୍ଦ କରି ଦିଆଯାଇଥିବା ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ପାସଙ୍ଗ ଦୋରଜି ସୋନା ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ କୁମାର ୱାଇଙ୍କ ଏକ ପ୍ରଶ୍ନର ଉତ୍ତରରେ ପାସଙ୍ଗ ଏହା କହିଛନ୍ତି। ଯେଉଁ ସ୍କୁଲରେ ଖୁବ୍‌ କମ୍‌ ସଂଖ୍ୟକ ପିଲା ଅଛନ୍ତି ଏବଂ ଚଳିତ ଶିକ୍ଷାବର୍ଷ ନିମନ୍ତେ ନୂଆ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି ସେପରି ବିଦ୍ୟାଳୟକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁ ସବୁ ସ୍କୁଲ ବନ୍ଦ ହୋଇଛି ସେଠାରେ ପଢ଼ୁଥିବା ପିଲାଙ୍କୁ ନିକଟରେ ଥିବା ଅନ୍ୟ ସ୍କୁଲରେ ନାମ ଲେଖାଇବାର ସୁଯୋଗ ପ୍ରଦାନ କରାଯାଇଥିବା ପାସଙ୍ଗ ଦର୍ଶାଇଛନ୍ତି। ସୂଚାନଥାଉ କି ଅରୁଣାଚଳ ପ୍ରଦେଶରେ ୨ହଜାର ୮୦୦ରୁ ଅଧିକ ସରକାରୀ ସ୍କୁଲ ଥିବା ବେଳେ ଏଥିରେ ୭ ହଜାର ୬୦୦ ସ୍ଥାୟୀ ଶିକ୍ଷକ,ଶିକ୍ଷୟିତ୍ରୀ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories