www.samajalive.in
Sunday, December 14, 2025
16.1 C
Bhubaneswar

୭ ସନ୍ଦିଗ୍ଧ ଆତଙ୍କବାଦୀ ଚିହ୍ନଟ ପରେ ପଠାନକୋଟରେ ହାଇ ଆଲର୍ଟ, ସ୍କେଚ୍‌ ଜାରି କରି ସତର୍କ କରାଇଲା ସେନା

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବର ପଠାନକୋଟ ଅଞ୍ଚଳରେ ୭ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଚିହ୍ନଟ କରିଛି ସେନା ଓ ପୁଲିସ। ଫାଙ୍ଗତୋଲି ଗ୍ରାମରେ ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ପଦଚିହ୍ନକୁ ପୁଲିସ ଠାବ କରିଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ପୁଲିସ ଏବଂ ଭାରତୀୟ ସେନା ମିଳିତ ଭାବେ ପଠାନକୋଟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟକୁ ଆଧାର କରି ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ସ୍କେଚ ପ୍ରସ୍ତୁତ କରାଯାଇଛି। ସନ୍ଦିଗ୍ଧଙ୍କ ବିଷୟରେ କୌଣସି ତଥ୍ୟ ମିଳିଲେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ କୁହାଯାଇଛି। ପୁଳିସ ଏବଂ ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ମିଳିତ ଅପରେସନ କରାଯାଉଛି। ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ଜଣାପଡ଼ିବା ପରେ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି।

ସୀମା ଦେବୀ ନାମ୍ନୀ ଜଣେ ସ୍ଥାନୀୟ ମହିଳା କହିଛନ୍ତି, ଜଣେ ସନ୍ଦିଗ୍ଧ ବ୍ୟକ୍ତି ନିକଟ ଏକ ଜଙ୍ଗଲରୁ ଆସି ତାଙ୍କୁ ପିଇବାକୁ ପାଣି ମାଗିଥିଲେ। ତାଙ୍କ ସହିତ ଅନ୍ୟ କେତେଜଣ ମଧ୍ୟ ରହିଥିଲେ। ଉକ୍ତ ସନ୍ଦିଗ୍ଧ ତାଙ୍କୁ ଏକୁଟିଆ ରହୁଛ କି ବୋଲି ପଚାରିବାରୁ ସୀମାଙ୍କର ସନ୍ଦେହ ହୋଇଥିଲା। ତେବେ ପାଣି ଦେବା ପରେ ସେମାନେ ପୁନର୍ବାର ଜଙ୍ଗଲ ଭିତରକୁ ପଳାଇଥିଲେ। ଏହା ପରେ ସୀମା ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ପୁଲିସ ଏବଂ ସେନା ଉକ୍ତ ଅଞ୍ଚଳରେ ପହଞ୍ଚି ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସନ୍ଦିଗ୍ଧ ଆତଙ୍କୀ ପଦଚିହ୍ନ ମଧ୍ୟ ପୁଲିସ ପାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories