www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରବଳ ବର୍ଷା ଯୋଗୁଁ  ଧସିଲା ମାଟି ଅତଡ଼ା: ୨୨୯ ମୃତ

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ  ଧସିଲା ମାଟି ଅତଡ଼ା। ଫଳରେଏଥିରେ ପୋତି ହୋଇ ଦକ୍ଷିଣ ଇଥିଓପିଆର କେନ୍‌ଚୋ ସାଚା ଗୋଡ୍‌ଜି ଜିଲାରେ ଅତିକମ୍‌ରେ ୨୨୯ଜଣଙ୍କ ଜୀବନ ଯାଇଛି । ବହୁ ଲୋକ ନିଖୋଜ ମଧ୍ୟ ଅଛନ୍ତି। ୫ଜଣ ଲୋକଙ୍କୁ ମାଟି ଅତଡ଼ା ତଳୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ କିଛିଦିନ ତଳେ ମାଟି ଅତଡ଼ା ଧସିବାରୁ ଏଥିରେ ଅତିକମ୍‌ରେ ୫୫ଜଣ ପୋତି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ବହୁସଂଖ୍ୟକ ବ୍ୟକ୍ତି ପ୍ରୟାସ କରୁଥିବା ବେଳେ ପୁନର୍ବାର ମାଟି ଅତଡ଼ା ଧସି ସେମାନଙ୍କ ଉପରେ ପଡ଼ିବାରୁ ମୃତ୍ୟୁସଂଖ୍ୟା ବଢ଼ି ଯାଇଥିଲା। ମାଟି ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପ୍ରଶାସନ ତରଫରୁ ଉଦ୍ୟମ ଜାରି ରହିଛି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଆବାଇ ଅହମ୍ମଦ ଦୁଃଖପ୍ରକାଶ କରିଛନ୍ତି। ସେହିପରି ବିରୋଧୀ ଦଳ ତରଫରୁ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଯିବା ସହ ସରକାରଙ୍କ ଉଦ୍ଧାର କାର୍ଯ୍ୟ ପ୍ରତି ସମର୍ଥନ ବ୍ୟକ୍ତ କରାଯାଇଛି। ବର୍ଷାଋତୁରେ ପୂର୍ବ ଆଫ୍ରିକାରେ ମାଟି ଅତଡ଼ା ଧସି ଲୋକଙ୍କ ଜୀବନ ଯିବା ଏକ ସାଧାରଣ ଘଟଣା। କିଛିମାସ ତଳେ କେନିଆର ମାଟି ଅତଡ଼ା ଧସି ୪୫ଜଣଙ୍କ ଜୀବନ ଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories