ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ତୁରନ୍ତ ମରାମତି ଦାବି
ସୁବର୍ଣ୍ଣପୁର: ପ୍ରବଳ ବର୍ଷାରେ ଧୋଇଗଲା ରାସ୍ତା। ସୁବର୍ଣ୍ଣପୁର ବିନିକା ବ୍ଲକ ବାଉଁଶୁଣୀରୁ କଇନ୍ତରା ଗାଁକୁ ଯାଇଥିବା ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇଯାଇଛି। ରାସ୍ତାରେ ଏକ ୮ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ବାଉଁଶୁଣି, କଇଁତରା , ଘଣ୍ଟପାଳି , ଫବୋସି ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ ବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ହୋଇଥିବାବେଳେ ଏଥର ବି ଘାଇ ପଡିଛି। ତୁରନ୍ତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
Comments are closed.