www.samajalive.in
Sunday, December 7, 2025
26.1 C
Bhubaneswar

ବାଉତୀ ମନ୍ଦିର ଚୋରି ଘଟଣାରେ ୩ ଗିରଫ, ୮ ରୁପା ଆଖି ଜବତ

ଆଠଗଡ: ଆଠଗଡର ଅଧିଷ୍ଠାତ୍ରୀ ମା’ ବାଉତିଙ୍କ ମନ୍ଦିରରୁ ଚୋରି ଘଟଣାରେ ପୁଲିସ ଜଣେ ନାବାଳକ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କଠାରୁ ମା’ଙ୍କର ୮ଟି ରୁପା ଆଖି ଜବତ ହୋଇଛି। ରବିବାର ବିଳମ୍ବିତ ରାତିରେ ଆଠଗଡ ଥାନା ସମ୍ମୁଖ ମା’ ବାଉତିଙ୍କ ମନ୍ଦିରରୁ ଦୁର୍ବୃତ୍ତମାନେ ସୁନାରୁପା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲେ। ପୂଜକ ରୁଦ୍ର ନାରାୟଣ ପଣ୍ଡାଙ୍କ ଅଭିଯୋଗକୁ ଭିତ୍ତିକରି ଦେବୋତ୍ତର ବିଭାଗ ପକ୍ଷରୁ ଆଠଗଡ ଥାନାରେ ଅଭିଯୋଗ ହୋଇଥିଲା।

ଆଠଗଡ ପୁଲିସ ସିସିଟିଭି ଫୁଟେଜ, କଟକରୁ ଆସିଥିବା ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ସହାୟତା ନେଇଥିଲା । ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ବରେ ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ଦିଲ୍ଲୀପ କୁମାର ବେହେରା ତଦନ୍ତ ବେଳେ ପୂର୍ବ ରେକର୍ଡ ଆଧାରରେ ଉତ୍ତରାଚଣ୍ତୀ ରାସ୍ତାର ରାଜା ଓରଫ ମହମ୍ମଦ ସାହିଲ (୧୯)କୁ ମଙ୍ଗଳବାର ସନ୍ଧ୍ୟାରେ ଅଟକ ରଖି ପଚରାଉଚରା କରିଥିଲେ।  ତା’ଠାରୁ ମିଳିଥିବା ସୂଚନା ଆଧାରରେ ତଦନ୍ତକାରୀ ଅଧିକାରୀ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରାଚଣ୍ତୀ ରାସ୍ତାର ମହମ୍ମଦ ସାହିଲ(୧୯) ଓରଫ ରାଜା, ଆଠଗଡ ଉପରସାହିର ଜଣେ ନାବାଳକ ଏବଂ ଉପରସାହିର ବୁନୁ ନାୟକ (୧୯) । ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବାଙ୍କୀ ଅଞ୍ଚଳର ଦିପୁକୁ ଧରିବାକୁ ପୁଲିସ ଉଦ୍ୟମ କରିଥିଲେ ମଧ୍ୟ ସେ ଫେରାର ହୋଇଯାଇଥିବା ଜଣାପଡିଛି। ଅଭିଯୁକ୍ତ ନାବାଳକଠାରୁ ଠାକୁରାଣୀଙ୍କର ୮ ଟି ରୁପା ଆଖି ଜବତ କରାଯାଇଥିଲା । ମା’ଙ୍କର ୩ଟି ସୁନା ଚିତା ଓ ଅନ୍ୟ ସାମଗ୍ରୀ ବାଙ୍କୀର ଅଭିଯୁକ୍ତ ଦିପୁ ନେଇଯାଇଥିବା ତଦନ୍ତରୁ ଜଣାପଡିଛି । ଯଥାଶୀଘ୍ର ଦିପୁକୁ ଗିରଫ କରାଯିବ ବୋଲି ଆଇଆଇସି ଓ ତଦନ୍ତକାରୀ ଅଧିକାରୀ କହିଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାବାଳକକୁ କଟକର ବାଳ ଅପରାଧ ଅଦାଲତ ଏବଂ ଅନ୍ୟ ଦୁଇଜଣଙ୍କୁ ଆଠଗଡ ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories