www.samajalive.in
Sunday, December 7, 2025
13.1 C
Bhubaneswar

୬ ମାସ ନ ପୂରିଲାନି, ଦବିଗଲା ରାସ୍ତା

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣାଠାରୁ ଆଠଗଡ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ସହିତ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି। ଅନେକ ସ୍ଥାନରେ ରାସ୍ତା କାର୍ଯ୍ୟ ସରିଯାଇଥିବା ବେଳେ କେତେକ ସ୍ଥାନରେ ଏବେ ବି ଠିକାଦାରଙ୍କ ଉଦାସୀନତା ଓ ସ୍ଥାଣୁତା ପାଇଁ କାମ ସରିନାହିଁ। କିନ୍ତୁ ଯେଉଁଠି ସରିଛି ସେଠାରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଖଡି ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ  ମହାଳପଡା ପନ୍ଥେଇ ପର୍ଯ୍ୟନ୍ତ ରାସ୍ତାରେ। ନିର୍ମାଣର ୬ ମାସ ନ ବିତୁଣୁ ଏହି ରାସ୍ତା ଦବିବା ଆରମ୍ଭ ହେଲାଣି।

ଉକ୍ତ ରାସ୍ତା ପ୍ରଶସ୍ତୀକରଣ ହେବାର ୬ମାସ ପୂରଣ ହୋଇ ନ ଥିବା ବେଳେ ରାସ୍ତା ଦବି ଫାଟିଗଲାଣି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ବିଶେଷକରି ରାସ୍ତା ନିର୍ମାଣ କରୁଥବା ଠିକା ସଂସ୍ଥା ଠିକ୍‌ ଢଙ୍ଗରେ ମାଟି ପକାଇ ଉଚ୍ଚା କରି ସାରିବା ପରେ ସୁଦୃଢ ବା ମଜବୁତ୍‌ ନ କରି ତା ଉପରେ ପିଚୁ କାର୍ଯ୍ୟ କରିବା ଫଳରେ ଏଭଳି ଅବସ୍ଥା ଦେଖାଦେଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବିଭାଗୀୟ ଯନ୍ତ୍ରୀମାନେ ରାସ୍ତାକାର୍ଯ୍ୟ ଠିକ ଭାବେ ତଦାରଖ କରୁ ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ତୁରନ୍ତ ଏହାକୁ ଅନୁଧ୍ୟାନ କରି ନିମ୍ନମାନର କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ପ୍ରଭାତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଏହାର ଅନୁଧ୍ୟାନ କରାଯାଇ ତଦନ୍ତ କରାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories