ପକ୍ଷୀକୁ ଏମିତି ଶିକାର କଲା ସାପ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ : ମା’ ନିଜ ପିଲାଙ୍କ ପାଇଁ କିଛି ବି କରିପାରେ । କୌଣସି ବିପଦ ଆସିଲେ ମଧ୍ୟ ମା’ ନିଜ ଛୁଆଙ୍କ ପାଇଁ ସେହି ବିପଦର ସାମ୍ନା କରିପାରେ । ମଣିଷ ହେଉ ବା ପଶୁ ପକ୍ଷୀ । ସମସ୍ତେ ନିଜ ପିଲାଙ୍କ ପାଇଁ ଜୀବନ ଦେବାକୁ ପଛାନ୍ତି ନାହିଁ । ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ପକ୍ଷୀ ନିଜ ପିଲାଙ୍କୁ ରକ୍ଷା କରିବା ପାଇଁ ସାପ ସହ ଲଢେଇ କରୁଥିବା ନଜର ଆସୁଛି ।

 

View this post on Instagram

 

A post shared by Nature Is Metal (@natureismetal)

ଗଛ କୋରଡରେ ଏକ ପକ୍ଷୀଟି ବସା କରିଛି । ଏଥିରେ ଥିବା ତାର କୁନି ଛୁଆଙ୍କୁ ଏକ ସାପଟି ଖାଇବାକୁ ଚେଷ୍ଟା କରୁଛି । ପକ୍ଷୀଟି ନିଜ ଛୁଆଙ୍କୁ ରକ୍ଷା କରିବା ପାଇଁ ସାପକୁ ଅଟକାଇବାକୁ ଚେଷ୍ଟା କରୁଛି । ଏହି ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓକୁ ଦେଖି ସମସ୍ତେ ଦୁଃଖଭରା ପ୍ରତିକ୍ରିୟା ରଖୁଛନ୍ତି । କାରଣ ପକ୍ଷୀଟି ନିଜ ଛୁଆଙ୍କୁ ରକ୍ଷା କରିବାକୁ ଯାଇ ନିଜେ ମୃତ୍ୟୁ ମୁଖରେ ପଡୁଛି । ସାପଟି ପକ୍ଷୀକୁ ଶିକାର କରିବାରେ ସଫଳ ହେଉଛି ।

ମେକ୍ସିକୋରେ ମଦ କାରଖାନାରେ ଅଗ୍ନିକାଣ୍ଡ, ୫ ଶ୍ରମିକ ମୃତ

Comments are closed.