www.samajalive.in
Sunday, December 14, 2025
19.1 C
Bhubaneswar

ଭବାନୀ ଶଙ୍କର ଭୋଇ ବିଧାନସଭା ଉପବାଚସ୍ପତି ନିର୍ବାଚିତ

ଭୁବନେଶ୍ୱର : ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିଜେପି ଉପବାଚସ୍ପତି ପଦ ପାଇଁ ବିଧାୟକ ଶ୍ରୀ ଭୋଇଙ୍କ ନାମ ଘୋଷଣା କରିଥିଲା। ବିଧାନସଭା ସଚିବଙ୍କ ପାଖରେ ଶ୍ରୀ ଭୋଇ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ବୁଧବାର ଅନୁଷ୍ଠିତ ଉପବାଚସ୍ପତି ନିର୍ବାଚନରେ ସେ ନିର୍ଦ୍ବନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି।

ଭବାନୀ ଭୋଇ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୯ରେ ସେ ବିଜେଡି ବିଧାୟକ ପ୍ରାର୍ଥୀ ଷ୍ଟିଫେନ ୱିଲସନ ସୋରେଙ୍ଗଙ୍କୁ ପରାସ୍ତ କରିଥିବାବେଳେ ୨୦୨୪ରେ ବିଜେଡି ପ୍ରାର୍ଥୀ ବିନୟ କୁମାର ଟାପୁଙ୍କୁ ପରାସ୍ତ କରିଥିଲେ। ଦୁଇଥର ବିଧାୟକ ହୋଇଥିବାରୁ ବିଧାନସଭା ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି। ଯେଉଁଥିପାଇଁ ଦଳ ତାଙ୍କ ଉପରେ ଭରସା କରିଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories