www.samajalive.in
Monday, December 8, 2025
24.1 C
Bhubaneswar

ନେପାଳ ବିମାନ ଦୁର୍ଘଟଣା – ପାଇଲଟଙ୍କ ବ୍ୟତୀତ ସମସ୍ତ ୧୮ ଯାତ୍ରୀ ମୃତ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓଲି

ଡେସ୍କ: ତ୍ରିଭୁବନ ବିମାନବନ୍ଦର କାର୍ଯ୍ୟାଳୟ ଅନୁଯାୟୀ ସୌର୍ଯ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୯ ଜଣଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ବିମାନରେ ପାଇଲଟଙ୍କ ସମେତ ୧୯ ଜଣ ଯାତ୍ରୀ ଥିଲେ। ପାଇଲଟ ମନୀଷ ରତ୍ନ ଶାକ୍ୟଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସଙ୍ଗେ ସଙ୍ଗେ ତାଙ୍କୁ କେଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୌର୍ଯ୍ୟ ଏୟାରଲାଇନ୍ସ ଇତିମଧ୍ୟରେ ମୃତ ବିମାନଯାତ୍ରୀଙ୍କ ତାଲିକା ପ୍ରକାଶ କରିଛି। ସେହି ଯାତ୍ରୀମାନେ ହେଉଛନ୍ତି –
୧. ଅମିତ ମନ ମହାରଜାନ (ନେପାଳୀ)
୨. ସାଗର ଆଚାର୍ଯ୍ୟ (ନେପାଳୀ)
୩. ଦିଲୀପ ବର୍ମା (ନେପାଳୀ)
୪. ମନୁ ରାଜ ଶର୍ମା (ନେପାଳୀ)
୫. ଅଶ୍ଵିନ ନିରାଉଲ (ନେପାଳୀ)
୬. ସୂଦୀପ ଲାଲ ଯୋଶୀ (ନେପାଳୀ )
୭. ସର୍ବେଶ ମରସାଇଁ (ନେପାଳୀ)
୮. ଶ୍ୟାମ ଵିନ୍ଦୁକର (ନେପାଳୀ)
୯. ନବ ରାଜ ଆଲେ (ନେପାଳୀ)
୧୦. ରାଜା ରାମ ଆଚାର୍ଯ୍ୟ (ନେପାଳୀ)
୧୧. ପ୍ରିଜ଼ା ଖାତି ୱାଡା (ନେପାଳୀ)
୧୨. ଅଧିରାଜ ଶର୍ମା (ଶିଶୁ, ନେପାଳୀ)
୧୩. ଉଦ୍ଧବ ପୁରୀ (ନେପାଳୀ)
୧୪. ଯଜ୍ଞ ପିଡି ପୌଡ଼ୱାଲ (ନେପାଳୀ)
୧୫. ସନ୍ତୋଷ ମାହାତୋ (ନେପାଳୀ)
୧୬. ପୁଣ୍ୟ ରତ୍ନା ସାହି (ନେପାଳୀ)
୧୭. ଆରେଫ ରେଦା (ୟେମେନ)
୧୮. ସୁଶାନ୍ତ କଟୁୱାଲ (ସହ-ପାଇଲଟ)

ଇତିମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ଗୃହମନ୍ତ୍ରୀ ରମେଶ ଲେଖକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ସ୍ଥିତି ପଚାରି ବୁଝିଥିଲେ। ନେପାଳ ବିମାନ ଚଳାଚଳ ପ୍ରାଧିକରଣର ଅଧିକାରୀଙ୍କୁ ଭେଟିବା ପରେ ଓଲି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ଦୁର୍ଘଟଣା ପରେ ଗୃହମନ୍ତ୍ରୀ ଲେଖାକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।ଏୟାରପୋର୍ଟ ସିକ୍ୟୁରିଟି ମୁଖ୍ୟ ଡିଆଇଜି ରାମ ଦତ୍ତ ଯୋଶୀଙ୍କ ସୂଚନା ଅନୁଯାୟୀ, ବିମାନରେ ଥିବା ୧୯ ଜଣଙ୍କ ମଧ୍ୟରୁ ୧୮ ଜଣଙ୍କର ମୃତ୍ୟୁ ଘଟିଛି।

ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁhttps://samajalive.in/fall-asleep-after-1-am-it-affects-your-mental-health/581853.html

- Advertisement -

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁhttp://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ମୋବାଇଲରେ ବ୍ରେକିଙ୍ଗ ନ୍ୟୁଜ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/KFZtE3qCNBI3dK6r9zxOSW

 

ମୃତଦେହ ଗୁଡ଼ିକୁ ଉଦ୍ଧାର କରି ମହାରାଜଗଞ୍ଜସ୍ଥିତ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଟିଚିଂ ହସ୍ପିଟାଲକୁ ନିଆଯାଇଛି। ବିମାନର ପାଇଲଟ ମନୀଷ ଶାକ୍ୟ କାଠମାଣ୍ଡୁ ମେଡିକାଲ କଲେଜ (କେଏମସି)ରେ ଚିକିତ୍ସିତ ହେଉଛନ୍ତି। ବିମାନ ଦୁର୍ଘଟଣାକୁ ନେଇ ସଂସଦୀୟ କମିଟି ଶୋକ ପ୍ରସ୍ତାବ ପାରିତ କରିଛି। ବୈଠକରେ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି। ବୈଠକରେ ଆହତଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରାଯାଇଛି।

ରାତି ଗୋଟାଏ ପରେ ଅଛି କି ଶୋଇବା ଅଭ୍ୟାସ? ଜାଣନ୍ତୁ..

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories