www.samajalive.in
Saturday, December 6, 2025
26.1 C
Bhubaneswar

ଚୌକି ବଞ୍ଚାଇବାକୁ ବଜେଟ; ଖଡଗେଙ୍କ ବୟାନ ଉପରେ ଜବାବ ରଖିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟକୁ ନେଇ ବୁଧବାର ସଂସଦରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ବଜେଟରେ ଭେଦଭାବ କରାଯିବା ସହ ଚୌକି ବଞ୍ଚାଇବାକୁ ଯାଇ ଏଭଳି ବଜେଟ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରିଛନ୍ତି ଖଡଗେ । ଖଡଗେି କହିଛନ୍ତି ଯେ ‘ଏହି ବଜେଟରେ ତାମିଲନାଡୁକୁ କିଛି ମିଳିନାହିଁ, କର୍ଣ୍ଣାଟକ, ହରିୟାଣା, ରାଜସ୍ଥାନ ଓ ଓଡ଼ିଶା ଭଳି ରାଜ୍ୟକୁ କିଛି ବି ଗୁରୁତ୍ୱ ଦିଆଯାଇନାହିଁ । ଅନ୍ୟ କାହାକୁ ଖୁସି କରିବାକୁ ଏହି ବଜେଟ ପ୍ରସ୍ତୁତ ହୋଇଛି’ ।
ଖଡଗେଙ୍କ ଏଭଳି ଅଭିଯୋଗ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ କଡା ଜବାବ ରଖିଛନ୍ତି ।

ଦେଖନ୍ତୁ ଭିଡ଼ିଓ: ରାଗିଗଲେ ନନ୍ଦି,ଏମିତି ଦେଲେ ଦଣ୍ଡ, ଗୋଡତଳେ ପଡି କ୍ଷମା ମାଗିଲା ମଣିଷ

- Advertisement -

କଂଗ୍ରେସକୁ ଚ୍ୟାଲେଞ୍ଜ କରି ନିର୍ମଳା କହିଛନ୍ତି ‘ଆପଣ ଆପଣଙ୍କର ସମସ୍ତ ବଜେଟ ଅଭିଭାଷଣରେ କେବେ ହେଲେ ସବୁ ରାଜ୍ୟର ନାମ ନେଇଥିଲେ କି’ । ସୂଚନାଯୋଗ୍ୟ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ରୀୟ ବଜେଟରେ କେବଳ ଦୁଇଟି ରାଜ୍ୟ ବିହାର ଓ ଆନ୍ଧ୍ରପ୍ରଦେଶକୁ ଗୁରୁତ୍ୱ ଦିଆଯାଇଥିବା ଅଭିଯୋଗ ହୋଇଛି । ବାକି ରାଜ୍ୟଗୁଡିକ ବିଶେଷ କିଛି ପାଇନାହାଁନ୍ତି । ଅନ୍ୟପଟେ ସୀତାରମଣ ଏହି ଅଭିଯୋଗକୁ ‘ଅପମାନଜନକ’ କହିଛନ୍ତି । ଏହାସହିତ କଡା ଜବାବ ଦେଇ ସେ କହିଛନ୍ତି ‘ କଂଗ୍ରେସର ପ୍ରତ୍ୟେକ ବଜେଟ ଭାଷଣରେ ଆମକୁ ଦେଖାନ୍ତୁ ଯେ ଆପଣ ନିଜ ସମୟରେ ପ୍ରତ୍ୟେକ ରାଜ୍ୟର ନାମ ନେଇଛନ୍ତି । ଆମର ବଜେଟ୍‍ ଭାଷଣରେ ଆମେ ସମସ୍ତ ରାଜ୍ୟର ନାମ ନେଇନାହୁଁ, ଏହାର ଅର୍ଥ ନୁହେଁ ଯେ ଆମେ ସେହି ରାଜ୍ୟଗୁଡିକ ପାଇଁ ବଜେଟରେ କିଛି ରଖିନାହୁଁ ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories